fbpx

RI ପରୀକ୍ଷା ଦେବାରୁ ଶତାଧିକ ପରୀକ୍ଷାର୍ଥୀ ବଞ୍ଚିତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଅନୁଷ୍ଠିତ ହେଉଥିବା ଆରଆଇ ପରୀକ୍ଷାରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି । ଓଏସଏସଏସସି ପକ୍ଷରୁ ଏହି ପରୀକ୍ଷା ଆୟୋଜିତ ହେଉଥିବା ବେଳେ ଶତାଧିକ ପରୀକ୍ଷାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଡମିଟ କାର୍ଡରେ ଯେଉଁ ପରୀକ୍ଷା ସେଣ୍ଟର ଲେଖାଯାଇଛି ସେଠାରେ ହୋଇନଥିବା କାରଣରୁ ଏଭଳି ବିଭ୍ରାଟ ହୋଇଛି ।

ପିଲାଙ୍କ ଆଡମିଟ କାର୍ଡରେ ଟିଟିଲାଗଡ ସରକାରୀ ମହିଳା ମହାବିଦ୍ୟାଳୟ ଲେଖାଯାଇଥିବା ବେଳେ ସେଠାରେ କିନ୍ତୁ ପରୀକ୍ଷା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । କଲେଜରେ ସେଣ୍ଟର ହୋଇନଥିବା ନେଇ କଲେଜ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ଏହା ସହିତ ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କୁ ନିରାଶ ହେବାକୁ ପଡିଛି ।

Get real time updates directly on you device, subscribe now.