fbpx

ଘରେ ପଡ଼ିରହିଥିଲା ପତ୍ନୀଙ୍କ ଶବ: ରାତିର ଅନ୍ଧାରରେ ୧୩୦ କିମି ସାଇକେଲ ଯାତ୍ରା କରି ଘରେ ପହଞ୍ଚିଲେ ପତି

Advertisement

ଭୋପାଳ, ୧୨ା୫: କରୋନାରେ କେଉଁଠି ମଣିଷ ମାନବିକତା ଭୁଲି ଯାଉଛି ତ କେଉଁଠି ମରଣ ସହ ଲଢ଼େଇ କରୁଛି । ମଧ୍ୟପ୍ରଦେଶର ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ପତି ୧୩୦ କିମି ସାଇକେଲ ଯାତ୍ରା କରିଛନ୍ତି । ରାତିର ଅନ୍ଧାରରେ ୧୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ପତି ଘରେ ପହଞ୍ଚିଥିଲେ । ଇନ୍ଦୋରରେ କାଠ ମିସ୍ତ୍ରୀ କାମ କରୁଥିବା ରବି ଶଙ୍କର ନିଜ ପତ୍ନୀଙ୍କ ଦେହାନ୍ତ ଖବର ଶୁଣିବା ପରେ ଘରକୁ ଫେରିବା ପାଇଁ ସନ୍ଧ୍ୟା ୫ଟାରୁ ବାହାରିଥିଲେ । କୋଭିଡ୍ କଟକଣା କାରଣରୁ ଯାନବାହାନ ବନ୍ଦ ଥିବାରୁ ସେ ନିଜ ସାଇକେଲରେ ବାହାରିଥିଲେ । ସମସ୍ତ ଦୋକାନ ବନ୍ଦ ଥିବାରୁ ସେ ରାସ୍ତାରେ ଚା, ଜଳଖିଆ କିଛି ନ ଖାଇ ମାତ୍ର ୧ ଘଣ୍ଟା ପାଇଁ ବିଶ୍ରାମ ନେଇଥିଲେ । ଶେଷରେ ସେ ନିଜ ଘରେ ପହଞ୍ଚି ପତ୍ନୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ରବି ଶଙ୍କରଙ୍କର ଏହି ସାହସିକତା କାର୍ଯ୍ୟକୁ ତାଙ୍କ ପରିଜନମାନେ ସାବାସି ଦେଇଛନ୍ତି ।

Get real time updates directly on you device, subscribe now.