ପ୍ରେମିକା ସହ ମିଶି ସ୍ତ୍ରୀକୁ ବିଷାକ୍ତ ଇଞ୍ଜେକ୍ସନ ଦେଲା ଯବାନ ସ୍ୱାମୀ, ମରିବା ଯାଏଁ ଛଟପଟ ହେଉଥିବାର ଦେଖୁଥିଲା

ସ୍ତ୍ରୀ ଉପରେ ଏତେ ରାଗ, ପ୍ରେମିକା ସହ ମିଶି ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ନୂଆଦିଲ୍ଲୀ: ଜଣେ ଯବାନ ସ୍ୱାମୀ ପ୍ରେମିକା ସହ ମିଶି ସ୍ତ୍ରୀକୁ ମାରିଦେଇଛି। ସ୍ୱାମୀ ତା’ ସ୍ତ୍ରୀକୁ ପ୍ରଥମେ ବିଷାକ୍ତ ଇଞ୍ଜେକ୍ସନ ଦେଲା। ଏହାପରେ ତା’ ମୁଣ୍ଡକୁ ପିଟିପିଟି ହତ୍ୟା କଲା। ଏହି ଘଟଣାଟି ମହାରାଷ୍ଟର ଦେବପୁର ଅଞ୍ଚଳରେ ଘଟିଛି।

ଏହି ଜଘନ୍ୟ ହତ୍ୟା ମାମଲାରେ ପୋଲିସ ଯବାନ ସ୍ୱାମୀ, ତା’ ପ୍ରେମିକା ସମେତ ଅନ୍ୟ ୫ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। ଏଥିସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ଏହି ଘଟଣାଟି ୧୦ ମେ’ର ବୋଲି କୁହାଯାଉଛି।

ସ୍ତ୍ରୀକୁ ଛଟପଟ ହେଉଥିବାର ଦେଖିଲା ସ୍ୱାମୀ: ମୃତ ସ୍ତ୍ରୀର ନାମ ପୂଜା କପିଲ ବାଗୁଲ ଭାବେ ହୋଇଛି। ପୋଲିସ ଯାଞ୍ଚରେ ସାମ୍ନାକୁ ଆସିଛି ଯେ, ଅଭିଯୁକ୍ତ ସ୍ୱାମୀ କପିଲ ବାଗୁଲ ଅନ୍ୟ ଚାରିଜଣଙ୍କ ସହ ମିଶି ପୂଜାଙ୍କୁ ଜୋରଜବରଦସ୍ତି ବିହାକ୍ତ ଇଞ୍ଜେକ୍ସନ ଦେଇଛି। ଇଞ୍ଜେକ୍ସନ ଦେବା ପରେ ପୂଜାଙ୍କ ମୁହଁରେ ଫେଣ ବାହାରିବାକୁ ଲାଗିଲା। ସେ କଷ୍ଟରେ ଛଟପଟ ହେଉଥିଲେ।

ମହିଳାଙ୍କ ଭାଇ ମାମଲା ରୁଜ୍ଜୁ କରିଛନ୍ତି: ଏହି ମାମଲାରେ ପୋଲିସ ଷ୍ଟେସନରେ ପୂଜାଙ୍କ ଭାଇ ଅଭିଯୋଗ ଦାଖଲ କରିଥିଲେ। ଏହି ଅଭିଯୁକ୍ତ ହେଉଛନ୍ତି, କପିଲ ବାଗୁଲ, ଶଶୁର ବୁଧା ବାଗୁଲ, ଶାସୁ ବିଜୟା ବାଗୁଲ, ନଣନ୍ଦ ରଞ୍ଜନା ଏବଂ କପିଲଙ୍କ ପ୍ରେମିକା ପ୍ରଜ୍ଞା ମହେଶ। ପୋଲିସ ଏହି ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଭିଯୋଗରେ କହୁଯାଇଛି ଯେ, ଅଭିଯୁକ୍ତ କପିଲ ବାଗୁଲ ମୃତକଙ୍କ ବାପଘରକୁ ଫ୍ଲାଟ କିଣିବା ପାଇଁ ଦୁଇ ଲକ୍ଷ ଟଙ୍କା ଦେବା ପାଇଁ କହିଥିଲେ। ଏଥିପାଇଁ ପୂଜାଙ୍କୁ ମାନସିକ ଏବଂ ଶାରିରୀକ ଭାବେ ନିର୍ଯାତନା ଦେଉଥିଲେ।

ଏହି ସମୟରେ ପୂଜା ପ୍ରଜ୍ଞାଙ୍କ ବିଷୟରେ ଜାଣିଥିଲେ। ଏଥିପାଇଁ ସେ ଏହାକୁ ବିରୋଧ କରିଥିଲେ। ଏଥିପାଇଁ ତାଙ୍କ ଶଶୁର, ଶାଶୁ, ନଣନ୍ଦ, ସ୍ୱାମୀ ଏବଂ ପ୍ରଜ୍ଞା ମିଶି ପୂଜାଙ୍କୁ ହତ୍ୟା କରିଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି।