fbpx

ମହଙ୍ଗା ପଡ଼ିଲା ଦ୍ୱିତୀୟ ବିବାହ: ଦୁଇ ସ୍ତ୍ରୀ ମିଶି ସ୍ୱାମୀକୁ ବହେ ଛେଚିଲେ

ନୂଆଦିଲ୍ଲୀ: ବିହାର ଲକ୍ଷୀସରାୟ ସହରର ଜଣେ ବିବାହିତ ବ୍ୟକ୍ତ ପୁଣିଥରେ ବିବାହ କରିବା ମହଙ୍ଗା ପଡ଼ିଛି । ପୁରୁଣା ସ୍ତ୍ରୀ ସହ ମିଶି ନୂଆ ସ୍ତ୍ରୀ ବହେ ଛେଚିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କୁ । ଏପରିକି ଦୁଇ ପତ୍ନୀ ମିଶି ତାଙ୍କୁ ଝାଡୁ ଏବଂ ଚପଲରେ ପିଟିଛନ୍ତି । ଏହି ମାମଲା ବିହାର ଲକ୍ଷୀସରାୟର ମେଦନୀ ଥାନା ଅନ୍ତର୍ଗତ ଅମରପୁର ଗ୍ରାମର ଘଟଣା । ଅଭିଯୁକ୍ତ ବ୍ୟକ୍ତି ପ୍ରଥମରୁ ହିଁ ବିବାହିତ ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ରହିଛି । ତଥାପି ସେ ଆଉ ଏକ ବିବାହ କରିଥିଲେ । ତେବେ ଏହି କଥା ଦ୍ୱିତୀୟ ସ୍ତ୍ରୀକୁ ଜଣାଇନଥିଲେ । ଫଳରେ ଅଡୁଆ ପରିସ୍ଥିତିକୁ ସାମ୍ନା କରିଛନ୍ତି ।

ଦ୍ୱିତୀୟ ବିବା ପରେ ଅଭିଯୁକ୍ତ ରୂପେଶ କୁମାର ବର ବେଶରେ କନ୍ୟାକୁ ଧରି ନିଜର ପ୍ରଥମ ପତ୍ନୀଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କୁ ସ୍ୱାଗତ କରିବାକୁ କହିଥିଲେ । ଏହାକୁ ନେଇ ରାଗି ଯାଇଥିଲେ ତାଙ୍କର ପ୍ରଥମ ପତ୍ନୀ ଏବଂ ସେ ତାଙ୍କ ଭାଇଙ୍କୁ ଡକାଇଥିଲେ । ଏହାପରେ ସମସ୍ତେ ମିଶି ତାଙ୍କୁ ଝାଡୁ, ଚପଲ ଏବଂ ଚାପୁଡ଼ା ବର୍ଷା କରିଥିଲେ । ତାଙ୍କର ଦ୍ୱିତୀୟ ପତ୍ନୀ ମଧ୍ୟ ଏହାର ଫାଇଦା ନେଇଥିଲେ ଓ ବହେ ପିଟିଥିଲେ । ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି । ସୂଚନା ଅନୁଯାୟୀ ତିନି ବର୍ଷ ପୂର୍ବେ ଅଭିଯୁକ୍ତର ପ୍ରଥମ ବିବାହ ହୋଇଥିଲା ଏବଂ ତାଙ୍କର ଏକ ଝିଅ ମଧ୍ୟ ରହିଛି  । ଏହାପରେ ମଧ୍ୟ ରୂପେଶ କୁମାର ଦ୍ୱିତୀୟ ବିବାହ କରିଥିଲେ । ମୁଙ୍ଗେର ଜିଲ୍ଲାର ଧରହରା ଥାନା ଅନ୍ତର୍ଗତ ବାହାଚୌକି ଗ୍ରାମରେ ନିଜକୁ ଅବିବାହିତ କହି ବିବାହ କରିଥିଲେ ଏବଂ କନ୍ୟାକୁ ଧରି ପ୍ରଥମ ସ୍ତ୍ରୀଙ୍କ ପାଖକୁ ଯାଇଥିଲେ । ତେବେ ଯେତେବେଳେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ଏହି କଥା ଜାଣିଲେ କି ତାଙ୍କର ଜଣେ ପ୍ରଥମ ସ୍ତ୍ରୀ ଓ ଜଣେ କନ୍ୟା ଅଛନ୍ତି, ଏହାପରେ ସେ ତାଙ୍କ ସହ ରହିବା ପାଇଁ ମନା କରିଦେଇଥିଲେ ।

ତେବେ ଘଟଣାକୁ ନେଇ ମେଦନୀଚୌକର ଥାନାଧ୍ୟକ୍ଷ ରୂବୀ କଶ୍ୟପ କହିଛନ୍ତି ଯେ ରୂପେଶଙ୍କ ଦ୍ୱିତୀୟ ସ୍ତ୍ରୀ ପୂର୍ବରୁ ଜଣେ ପତ୍ନୀ ଏବଂ ଏକ କନ୍ୟା ଥିବା କଥା ଜାଣିନଥିଲେ । ଫଳରେ ଦୁଇ ପତ୍ନୀ ମିଶି ରୂପେଶଙ୍କୁ ପିଟିଥିଲେ । ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ ଏବଂ ପରେ ଦୁଇ ପକ୍ଷଙ୍କ ସହମତି କ୍ରମେ ଦ୍ୱିତୀୟ ପତ୍ନୀ ନିଜ ଘରକୁ ଫେରିଯିବା ସହ ରୂପେଶଙ୍କ ସହ ରହିବାକୁ ମନା କରିଦେଇଥିଲେ ।

Get real time updates directly on you device, subscribe now.