Breaking: ସୁଭଦ୍ରା ଟଙ୍କା ସାଜିଲା କାଳ, ୫ହଜାର ଟଙ୍କା ପାଇଁ ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ମାରିଦେଲା ସ୍ୱାମୀ

ସଇତାନ ସ୍ୱାମୀ। ସୁଭଦ୍ରା ଟଙ୍କା ନ ଦେବାରୁ ସାଜିଲା ରାକ୍ଷସ। ସ୍ତ୍ରାକୁ ପିଟିପିଟି ମାରିଦେଲା। ଆଉ ରାତିସାରା ଶବକୁ ଜଗି ବସିଲା।

ବାରିପଦା: ସୁଭଦ୍ରା ଟଙ୍କା ସାଜିଲା କାଳ। ସୁଭଦ୍ରା ଟଙ୍କା ପାଇଁ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ। ମାତ୍ର ୫ହଜାର ଟଙ୍କା ପାଇଁ ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ମାରିଦେଲା ପିଶାଚ ସ୍ୱାମୀ। ରାତି ଅଧରେ ସ୍ତ୍ରୀକୁ ହତ୍ୟା କରି, ଶବ ପାଖରେ ରାତି ସାରା ବସି ରହିଲା ସ୍ୱାମୀ।

ହଁ ଆପଣଙ୍କୁ କଥାଟି ଆଶ୍ଚର୍ଯ୍ୟ ଲାଗୁଚିନା। ସାମାନ୍ୟ ସୁଭଦ୍ରା ଟଙ୍କା ପାଇଁ ଜଣେ ସ୍ୱାମୀ ନିଜ ସ୍ତ୍ରୀର ଜୀବନ ନେଇଯିବା ଘଟଣା ଯିଏବି ଶୁଣିବ ଆଶ୍ଚର୍ଯ୍ୟ ହେବ। କାରଣ ସୁଭଦ୍ରା ଟଙ୍କାକୁ ନେଇ ବିଭିନ୍ନ ସମୟରେ ଆମେ ବିଭିନ୍ନ ପ୍ରକାର ରିଲ୍ସ ଦେଖିଥାନ୍ତି। ହେଲେ ଏମିତି ପ୍ରାୟ ହୁଏତ କେବେ ବାସ୍ତବରେ ଘଟିନଥିଲା।

ଯେଉଁ ଘଟଣା ଏବେ ସାମ୍ନାକୁ ଆସିଛି। ଘଟଣା ଘଟିଛି ବାରିପଦାର ଚାନ୍ଦୁଆ ଥାନା ଟାଙ୍ଗଶୋଳ ଗାଁରେ। ସୂଚନାନୂସାରେ, ଚଳିତ ମାସ ୮ ତାରିଖ ଦିନ ସ୍ତ୍ରୀ ଖାତାକୁ ସୁଭଦ୍ରା ଟଙ୍କା ୫ ହଜାର ଆସିଥିଲା। ଆଉ ସେହି ଟଙ୍କା ଉପରେ ସ୍ୱାମୀର ଆଖି ଥିଲା।

ତେଣୁ ସ୍ତ୍ରାକୁ ସୁଭଦ୍ରା ଟଙ୍କା ମାଗିଥିଲା ସ୍ୱାମୀ। ହେଲେ ସ୍ତ୍ରୀ ଜଣକ ସ୍ୱାମୀଙ୍କୁ ସୁଭଦ୍ରା ଟଙ୍କା ନ ଦେବାରୁ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଆଉ ଏହି ଯୁକ୍ତି ତର୍କ ଏତେବାଟ ବଢିଗଲା ଯେ, ଶେଷରେ ନୃଶଂସ ସ୍ୱାମୀ ସ୍ତ୍ରୀକୁ ହତ୍ୟା କଲା।

ହଁ ସାମାନ୍ୟ ସୁଭଦ୍ରା ଟଙ୍କା ନ ଦେବାରୁ ଗତକାଲି ରାତିରେ ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ମାରିଦେଲା ପିଶାଚ ସ୍ୱାମୀ। ଆଉ ସ୍ତ୍ରୀକୁ ହତ୍ୟା କରି ରାତି ସାରା ଶବ ପାଖରେ ବସି ରହିଲା। ସକାଳୁ ସକାଳୁ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଅଭିଯୁକ୍ତ ସେହିଭଳି ସ୍ତ୍ରୀ ପାଖରେ ବସି ରହିଥିଲା। ପରେ ଇ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି ପୋଲିସ। ଏହାସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।