fbpx

ଟଙ୍କା ପାଇଁ ପତ୍ନୀର ଭାଇ ହୋଇଗଲା ସ୍ଵାମୀ, ଅନ୍ୟ ଯୁବକ ସହ କରାଇ ଦେଲା ବିବାହ, ପୁଣି …

ଭୁବନେଶ୍ଵର : ଟଙ୍କା ପାଇଁ ସବୁ ନାଟ। ଟଙ୍କା ବୁଝେନି ସଂପର୍କର ମୁଲ। ଏହି ଟଙ୍କା ପରକୁ ଆପଣା କରି ଦିଏ ତ କେତେବେଳେ ରକ୍ତର ସଂପର୍କକୁ ରକ୍ତାକ୍ତ କରିବାକୁ ପଛାଏ ନାହିଁ। କିଛି ଟଙ୍କାକୁ ନେଇ ଏମିତି ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି ଯାହା ପବିତ୍ର ସଂପର୍କକୁ କଳୁଷିତ କରିଛି। ଅର୍ଥ ପାଇଁ ଜଣେ ଯୁବକ ନିଜ ପତ୍ନୀର ଭାଇ ହୋଇଗଲା ଏବଂ ନିଜ ପତ୍ନୀଙ୍କୁ ଅନ୍ୟ ଜଣେ ଲୋକଙ୍କ ସହ ବିବାହ କରାଇ ଦେଲା। ପୀଡିତ ଏହାକୁ ନେଇ ମହିଳା, ତାର ସ୍ଵାମୀ ଏବଂ ମଧ୍ୟସ୍ତି ବିରୋଧରେ ଥାନାରେ ଏତଲା ଦାୟର କରିଛନ୍ତି। ଏହି ଘଟଣା ରାଜସ୍ଥାନର କୋଟାର କୁନହାଡି ଥାନା ଅନ୍ତର୍ଗତ ଏକ ଗାଁରେ ଘଟିଛି। ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ରବି କାଲି ନାମକ ଯୁବକଙ୍କ ବିବାହ ହୋଇ ପାରୁନଥିଲା। ତାଙ୍କର ଜଣେ ସଂପର୍କୀୟ କହିଥିଲେ ଯେ, ଦେବରାଜ ନାମକ ଜଣେ ବ୍ୟକ୍ତି ରବିର ବିବାହ କରାଇ ପାରିବେ। ଏହା ପରେ ରବି ଦେବରାଜକୁ ଭେଟି ବିବାହ ବିଷୟରେ ଆଲୋଚନା କରିଥିଲା। ତାଙ୍କର ସଂପର୍କୀୟ ଇନ୍ଦୋରରେ ରହୁଥିବା ଏବଂ ସେଠାରେ ବିବାହର ବ୍ୟବସ୍ଥା କରାଯିବ ବୋଲି ଦେବରାଜ କହିଥିଲା। ଏହା ବାବଦରେ ୧ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ ଦାବି କରିଥିଲା।

ଦେବରାଜ ଇନ୍ଦୋରରେ ରବିର ବିବାହ କୋମଲ ନାମକ ଜଣେ ଯୁବତୀଙ୍କ ସହ କରାଇ ଏକ ଲକ୍ଷ ୮୦ ହଜାର ଟଙ୍କା ନେଇ ଚାଲି ଯାଇଥିଲା। ବିବାହ ପରେ ରବି ନିଜ ପତ୍ନୀ ସହ ଘରକୁ ଚାଲି ଆସିଲେ। ହେଲେ ରବିର ପତ୍ନୀ କୋମଲ ଦୁଇ ଦିନ ପରେ ନିଜ ଭାଇ ସୋନୁକୁ ଦେଖା କରିବାକୁ ଚାହୁଁଥିବା କହିଥିଲା। ତେଣୁ ସୋନୁଙ୍କୁ ରବି ନିଜ ଘରକୁ ଡକାଇଥିଲେ।

ରବିଙ୍କ ଘରେ ପହଞ୍ଚିବା ପରେ ସୋନୁ କୋମଲକୁ ଦେଖିଥିଲା। କୋମଲ ତାର ପତ୍ନୀ ଏବଂ ଉଭୟ ପୂର୍ବରୁ ବିବାବିତ ବୋଲି ରବିକୁ କହିଥିଲା। କେବଳ ଏତିକି ନୁହେଁ କୋମଲ ତା ଛୁଆର ମାଁ ବୋଲି ମଧ୍ୟ ସୋନୁ କହିଥିଲା। ଏହା ଶୁଣିବା ମାତ୍ରେ ରବିର ପାଦ ତଳୁ ମାଟି ଖସି ଯାଇଥିଲା। ସେ ଜାଣି ପାରିଥିଲେ ଯେ, ତାଙ୍କ ସହ ଧୋକା ହୋଇଛି।

ରବି ତୁରନ୍ତ ଥାନା ଯାଇ ଦେବରାଜ, ତାର ପତ୍ନୀ କୋମଲ ଓ ତାର କଥାକଥିତ ଭାଇ ସୋନୁ ବିରୋଧରେ ଏଫଆଇଆର ଦେଇଥିଲା। ପୋଲିସ ଯେବେ ଜେରା କଲା ଏବଂ ପ୍ରକୃତ ଘଟଣା ସାମ୍ନାକୁ ଆସିଲା ତାହା ଜାଣି ରବି ଆବାକ ହୋଇ ପଡିଥିଲା। ସୋନୁ ଯିଏ ଭାଇର ଭୂମିକାରେ ଥିଲା ବାସ୍ତବରେ ସେ କୋମଲର ସ୍ଵାମୀ ଥିଲା।
ପୋଲିସ ତଦନ୍ତରୁ ଜାଣିବାକୁ ପାଇଲା ଯେ, ଦଲାଲ ଦେବରାଜ କୋମଲ ଓ ସୋନୁ ସହ ମିଶି ରବିଙ୍କୁ ଧୋକା ଦେଇ ଟଙ୍କା ହଡପ କରିବାକୁ ଯୋଜନା କରିଥିଲେ। ଏହି କାରଣରୁ କୋମଲର ସ୍ଵାମୀ ସୋନୁ ତାର ଭାଇ ହୋଇ ଯାଇଥିଲା ଏବଂ କୋମଲ ରବିକୁ ବିବାହ କରିଥିଲ। ବଦଳରେ ପୀଡିତ ରବି ନିଜର ବିବାହ କରାଇଥିବାରୁ ମଧ୍ୟସ୍ଥ ଅର୍ଥାତ ଦଲାଲ ଦେବରାଜକୁ ଏକ ଲକ୍ଷ ୮୦ ହଜାର ଟଙ୍କା ଦେଇଥିଲା। ପୋଲିସ ଏହି ଘଟଣାରେ ତିନି ଅଭିଯୁକ୍ତ ଦେବରାଜ, ସୋନୁ ଓ କୋମଲକୁ ଗିରଫ କରି ଜେଲ୍ ପଠାଇ ଦେଇ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.