fbpx
BSKY
BJD MS SKY
BJD YOUTH SKY

ଦ୍ୱିତୀୟ ଲହର ପରି ତୃତୀୟ ଲହର ଏତେ ମାତ୍ରାରେ ଗମ୍ଭୀର ହେବ ନାହିଁ: ଆଇସିଏମଆର୍

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହର ସଙ୍କଟ ସମ୍ପୂର୍ଣ୍ଣ ଭାବରେ ଯାଇନଥିବା ବେଳେ ତୃତୀୟ ଲହରର ଭୟ ଦେଖାଦେଲାଣି । ହେଲେ ଦ୍ୱିତୀୟ ଲହର ପରି ତୃତୀୟ ଲହର ଏତେ ମାତ୍ରାରେ ଗମ୍ଭୀର ହେବ ନାହିଁ । ଆଇସିଏମଆର୍ ର ନୂତନ ରିସର୍ଚ୍ଚ ଅନୁସାରେ, ଏହା ଦାବି କରାଯାଇଛି । ଦେଶରେ ତୃତୀୟ ଲହରର ଭୟ ପ୍ରାରମ୍ଭରୁ ହିଁ ଆଇସିଏମଆର୍ ଏହା ଉପରେ ଆକଳନ କରିସାରିଛନ୍ତି ।

ରିସର୍ଚ୍ଚ ମୁତାବକ, ଦ୍ୱିତୀୟ ଲହର ଜାରି ରହିଥିବା ସମୟରେ ଦେଶର ଅଧିକାଂଶ ନାଗରିକ ଟିକା ନେଇସାରିଲେଣି । ତେଣୁ ଟିକାକରଣ ଦ୍ୱାରା ଶରୀରରେ ତୃତୀୟ ଲହର ସହିତ ଲଢ଼ିବାର କ୍ଷମତା ଆସିଯାଇଛି । ଦ୍ୱିତୀୟ ଲହରର ତିନିମାସ ମଧ୍ୟରେ ଦେଶର ୪୦ ପ୍ରତିଶତ ନାଗରିକ ଟିକାର ଦୁଇଟି ଡୋଜ୍ ଟିକା ନେଇସାରିଛନ୍ତି । ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଯେ, ଟିକାକରଣ ଦ୍ୱାରା ସଂକ୍ରମଣର ଗମ୍ଭୀରତା ୬୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇପାରିବ । ଅର୍ଥାତ୍ ଟିକାକରଣ ସଂକ୍ରମଣ ହାରକୁ କମ୍ କରିବାରେ ସହାୟକ ହେବ ।

ଭାରତରେ ଆତଙ୍କ ଖେଳାଇଥିବା ଡେଲଟା ଭାରିଆଣ୍ଟ ସହ ଲଢ଼ିବାରେ ଟିକା ସହାୟକ ହେବାକୁ ଥିବା ବେଳେ ଇତି ମଧ୍ୟରେ ଏହାର ଆଉ ଏକ ସ୍ୱରୂପ ଦେଖିବାକୁ ମିଳିଛି । ଡେଲଟା ପ୍ଲସ୍ ଭାରିଆଣ୍ଟ ଦେଶରେ ତୃତୀୟ ଲହର ଆସିବାର କାରଣ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ସେହିପରି ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର୍ ମଧ୍ୟରେ ଦେଶରେ ତୃତୀୟ ଲହରର କହର ଆରମ୍ଭ ହେବ ବୋଲି ବିଶେଷଜ୍ଞ କହିଛନ୍ତି ।

Get real time updates directly on you device, subscribe now.