ପଦ୍ମପୁର ଥାନା ଅଞ୍ଚଳରେ ଅଘଟଣ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ବାମୀର ଆତ୍ମହତ୍ୟା

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ବାମୀର ଆତ୍ମହତ୍ୟା । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଭେଉଁରିଆ ଗାଁରେ ଅଘଟଣ ।

ପଦ୍ମପୁର: ପହିଲି ରଜରେ ଅଘଟଣ । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ବାମୀର ଆତ୍ମହତ୍ୟା । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଭେଉଁରିଆ ଗାଁରେ ଅଘଟଣ । ମହିଳାଙ୍କୁ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ସେ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି ।

ଏପଟେ ତାଙ୍କ ସ୍ବାମୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । କେଉଁ କାରଣରୁ ଏଭଳି କାଣ୍ଡ ଘଟିଲା, ସେ ନେଇ ତଦନ୍ତ କରୁଛି ପୋଲିସ । ପାରିବାରିକ କଳହରୁ ଏଭଳି ଅଘଟଣ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।