ସ୍ତ୍ରୀର ଜ୍ୱାଳା ହେଲା ଅସହ୍ୟ, ସହିପାରିଲାନି ସ୍ୱାମୀ… ଖାଇଦେଲା ବିଷ

ପରିବାରରୁ ଅଲଗା ହେବାକୁ ବାଧ୍ୟ କରୁଥିଲା ସ୍ତ୍ରୀ।

ବିହାର: ସ୍ତ୍ରୀର ନିର୍ଯାତନା ହେଲା ଅସହ୍ୟ। ଆତ୍ମହତ୍ୟା କରିବାକୁ ଉଦ୍ୟମ କଲା ସ୍ୱାମୀ। ଏହି ଘଟଣା ବିହାରର ଲଖିସରାଏ ଜିଲ୍ଲାର କବେୟା ଥାନା ଅଞ୍ଚଳର।

ବୁଧବାର ଦିନ ଜଣେ ଯୁବକ ବିଷ ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ଯୁବକ ଜଣଙ୍କ ହେଉଛନ୍ତି ସଂସାର ପୋଖର ନିବାସୀ ରାଜ କୁମାର ରାମଙ୍କ ୨୬ ବର୍ଷିୟ ପୁଅ ଜିତେନ୍ଦ୍ର କୁମାର।

ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜିତେନ୍ଦ୍ର କହିଛନ୍ତି ସେ ଟ୍ରାକ୍ଟର ଚଳାଇ ପରିବାର ଚଳାନ୍ତି। ତାଙ୍କର ଦୁଇ ପୁଅ ମଧ୍ୟ ଅଛନ୍ତି। ଘରେ ମା, ବାପା, ଭାଇ, ଭଉଣୀଙ୍କ ସହ ମୋର ଭଲ ସମ୍ପର୍କ।

ଯାହା ପାଇଁ ତାଙ୍କ ପତ୍ନୀ ତାଙ୍କ ସହ ଝଗଡ଼ା କରନ୍ତି। ସବୁ ସମୟରେ ଟଙ୍କା ଏବଂ ପରିବ।ରକୁ ନେଇ ଝଗଡ଼ା କରନ୍ତି ତାଙ୍କ ସହ ପତ୍ନୀ।

ପରିବାରରୁ ଅଲଗା ରହିବା ଏବଂ ପରିବାର ସହ ସମ୍ପର୍କ ନରଖିବା ପାଇଁ ତାଙ୍କ ସ୍ତ୍ରୀ ସବୁ ବେଳେ ଜିତେନ୍ଦ୍ରଙ୍କୁ କହିବା ସହ ଝଗଡ଼ା କରୁଥିଲେ।

ମାନସିକ ସ୍ତରରେ ଏସବୁ ସହିବା ଆଉ ସମ୍ଭ ହେଲାନି। ଜୀବନ ହାରିଦେଲେ ସବୁ ଠିକ୍ ହୋଇଯିବ ଭାବି ସେ ବିଷ ଖାଇଦେଇଥିବା ପୋଲିସକୁ କହିଛନ୍ତି।