fbpx

ପତ୍ନୀଙ୍କ ଓଜନ ବଢ଼ିବାରୁ ରାଗରେ ଛାଡ଼ପତ୍ର ଦେଲା ସ୍ୱାମୀ: ମାମଲା ଶୁଣି ପୋଲିସ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଜିକାଲି ବିବାହ ଓ ଛାଡ଼ପତ୍ର ମାମଲା ଅତି ସାଧାରଣ କଥା ହୋଇଗଲାଣି । ଏହାରି ମଧ୍ୟରେ ମେରଠ ରେ ଛାଡ଼ପତ୍ରର ଏକ ଅଜବ ମାମଲା ସାମ୍ନାକୁ ଆସିଛି । ମହିଳାଙ୍କ କହିବା ମୁତାବକ, ସେ ମୋଟି ହେବାରୁ ତାଙ୍କ ସ୍ୱାମୀ ଛାଡ଼ପତ୍ର ଦେଇଛନ୍ତି । ମହିଳାଙ୍କ ଓଜନ ଲଗାତାର ବଢ଼ିବାରେ ଲାଗିଥିଲା, ଯାହାକୁ ନେଇ ତାଙ୍କ ସ୍ୱାମୀ ସବୁବେଳେ ଅପମାନିତ କରନ୍ତି ।

ମେରଠ ର ଲିସାଡି ଗେଟ ଥାନା ଅନ୍ତର୍ଗତ ଜାକିର କଲୋନୀ ବାସିନ୍ଦା ନଜମାଙ୍କ କହିବା ମୁତାବକ, ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ପତ୍ର ଦେଇଛନ୍ତି । କେବଳ ମୋଟି ହେବାକୁ ନେଇ ତାଙ୍କ ସ୍ୱାମୀ ଛାଡ଼ପତ୍ର ଦେଇଛନ୍ତି । ସେ ସ୍ୱାମୀଙ୍କ ସହ କଥା ହେବାକୁ ଚେଷ୍ଟା କରିବାରୁ ତାଙ୍କ ସ୍ୱାମୀ କହିଥିଲେ ଯେ, ‘ମୁ ମୋଟି ହୋଇଯାଇଛୁ । ମୁଁ ତୋତେ ଛାଡ଼ପତ୍ର ଦେଉଛି ।

ସ୍ୱାମୀଙ୍କଠାରୁ ଏହା ଶୁଣିବା ପରେ ପତ୍ନୀ ନ୍ୟାୟ ପାଇଁ ଥାନାର ଦ୍ୱରସ୍ଥ ହୋଇଛନ୍ତି । ପୋଲିସ ଅଧିକାରୀ କହିଛନ୍ତି ଯେ, ଯଦି କେହି ଏହି ଉପାୟରେ ସମ୍ପର୍କକୁ ଶେଷ କରିଛନ୍ତି, ତେବେ ସେମାନେ ତଦନ୍ତ କରିବେ । ସୂଚନା ମୁତାବକ, ନଜମା ପ୍ରାୟ ୮ ବର୍ଷ ପୂର୍ବେ ସଲମାନଙ୍କୁ ବିବାହ କରିଥିଲେ ।

ନଜମାଙ୍କ କହିବା ଅନୁସାରେ, ଏହି ଘଟଣା ପରେ ସେ ନିଜ ସ୍ୱାମୀଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ସ୍ୱାମୀ ଫୋନ୍ କାଟିଦେଇଥିଲେ । ଏହା ପରେ ସେ ଅନେକଥର ଫୋନ୍ କରିଥିଲେ, କିନ୍ତୁ ତାଙ୍କ ସ୍ୱାମୀ କଲ୍ ଉଠାଇନଥିଲେ । ଏହା ପରେ ସେ ନିଜ ପରିବାର ସହ ଥାନାରେ ପହଞ୍ଚି ନ୍ୟାୟ ପାଇଁ ଗୁହାରି କରିଥିଲେ ।

Get real time updates directly on you device, subscribe now.