ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କଲା ସ୍ୱାମୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବାଲେଶ୍ୱର: ପୁରୁଷୋତ୍ତମପୁର ଅଞ୍ଚଳରେ ଜଣେ ମହିଳାଙ୍କୁ ଛୁରାମାଡ଼ । ପୁରୁଷୋତ୍ତମପୁର ଅଞ୍ଚଳରେ ରୀତାଞ୍ଜଳି ନାମକ ଏକ ମହିଳାଙ୍କୁ ତାଙ୍କ ସ୍ୱାମୀ ମରଣାନ୍ତକ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି ।

ଏନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା । କିଛି ସମୟ ପର୍ଯ୍ୟନ୍ତ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

କ’ଣ ମାମଲା: କୌଣସି କଥାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏନେଇ ସ୍ତ୍ରୀ ରୀତାଞ୍ଜଳିଙ୍କୁ ଷ୍ଟେସନ୍ ଛକକୁ ଡାକିଥିଲେ ସ୍ୱାମୀ ଭରତ ।

କଥାର ସମାଧାନ କରାଯିବ ଭାବି ସ୍ତ୍ରୀ ସେଠାକୁ ପହଞ୍ଚିଥିଲେ । କିନ୍ତୁ ସ୍ୱାମୀ ତାଙ୍କୁ ଧାରୁଆ ଛୁରୀ ଭୁଷିଥିଲେ ।

ସ୍ୱାମୀ ଆକ୍ରମଣରେ ଗୁରୁତର: ସ୍ୱାମୀଙ୍କ ମରଣାନ୍ତକ ଆକ୍ରମଣରେ ସ୍ତ୍ରୀ ଗୁରୁତର ହୋଇଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ପୋଲିସ ତଦନ୍ତ: ଏହି ମାମଲା ନେଇ ସହଦେବଖୁଣ୍ଟା ପୋଲିସର ଅଧିକ ତଦନ୍ତ ଜାରି ରହିଛି ।