fbpx

ଜେଲରେ ସ୍ୱାମୀ, ଶିଳ୍ପା କହୁଛନ୍ତି- ‘ସବୁ ମୁହୂର୍ତ୍ତକୁ ଉପଭୋଗ କରିବା ଦରକାର’

ନୂଆଦିଲ୍ଲୀ: ଗତ ଜୁଲାଇ ମାସରୁ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ପରିବାର ବଡ଼ ସମସ୍ୟା ଦେଇ ଗତି କରୁଛି । ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ପର୍ଣ୍ଣୋଗ୍ରାଫ ମାମଲାରେ ଗିରଫ କରାଯାଇଛି । ତାଙ୍କ ଉପରେ ପର୍ଣ୍ଣ ଫିଲ୍ମ ତିଆରି କରିବା ଓ ତାକୁ ବିକ୍ରି କରିବା ଅଭିଯୋଗ ହୋଇଛି । ଏହି ମାମଲାର ପ୍ରାୟ ୧ ମାସ ପରେ ପୁଣିଥରେ ସେଟକୁ ଫେରିଛନ୍ତି ଶିଳ୍ପା ।

 

ଡ୍ୟାନ୍ସ ରିୟାଲିଟି ସୋ ‘ସୁପର ଡ୍ୟାନ୍ସର ଚ୍ୟାପ୍ଟର ୪’ରେ ସେ ଜଜ୍ ଥିବା ବେଳେ ଅଭିନେତ୍ରୀ ସେଟକୁ ଆସିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ରାଜ କୁନ୍ଦ୍ରାଙ୍କ ଗିରଫ ପରେ ଶିଳ୍ପା ସୋସିଆଲ ମିଡିଆରେ ଏକ ଅଜବ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, ‘ପ୍ରତ୍ୟେକ ବ୍ୟକ୍ତି ଜୀବନର ସବୁ ମୁହୂର୍ତ୍ତକୁ ଉପଭୋଗ କରିବାକୁ ଦରକାର ଓ ତାଙ୍କୁ ବଞ୍ଚିବାକୁ ପଡ଼ିବ ।’

Get real time updates directly on you device, subscribe now.