ଘରୋଇ କଳହ ନେଲା ହତ୍ୟାର ରୂପ, ସ୍ତ୍ରୀକୁ ମାରି ଥାନାରେ ଅତ୍ମସମର୍ପଣ କଲା ସ୍ୱାମୀ

ଘରୋଇ କଳହ ପାଇଁ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ଥାନାରେ ନିଜକୁ ଆତ୍ମସମର୍ପଣ କରିଛି ।

ମାଲକାନଗିରି: ସ୍ତ୍ରୀକୁ ମାରି ଥାନାରେ ନିଜକୁ ଅତ୍ମସମର୍ପଣ କଲା ସ୍ୱାମୀ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ହତ୍ୟା ମାମଲା ବର୍ତ୍ତମାନ ମାଲକାନଗିରିରୁ ଆସିଛି । ସୂଚନାନୁଯାୟୀ, କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗାଁରେ ଏଭଳି ଜଘନ୍ୟ ହତ୍ୟା ଘଟିଛି ।

ସୂଚନାନୁଯାୟୀ, ହତ୍ୟା ପରେ ଥାନାରେ ଅଭିଯୁକ୍ତ ସ୍ୱାମୀ ଆତ୍ମସମର୍ପଣ କରିଛି । ଘରୋଇ କଳହକୁ ନେଇ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ବେକକୁ ସ୍ୱାମୀ କାଟିଦେଇ ଜୀବନରୁ ମାରିଦେଇଛି ।