ଅନ୍ୟ ମହିଳାଙ୍କ ସହ ସ୍ୱାମୀର ଖରାପ ସମ୍ପର୍କ ଥିବା ଜାଣିଦେଲା ସ୍ତ୍ରୀ’… କୁମ୍ଭମେଳା ଡାକିଆଣି ସ୍ତ୍ରୀ’ ତଣ୍ଟି କାଟିଦେଲା ସ୍ୱାମୀ
କୁମ୍ଭମେଳାରେ ସ୍ତ୍ରୀ’ର ନେଲା ଜୀବନ । ଏମିତି କଲା ହତ୍ୟା ।
ପ୍ରୟାଗରାଜ: ଦିଲ୍ଲୀର ଦମ୍ପତି ପ୍ରୟାଗରାଜ ଆସିଥିଲେ କୁମ୍ଭମେଳା ଦେଖିବା ପାଇଁ । କିନ୍ତୁ ସ୍ତ୍ରୀ ଜାଣି ନ ଥିଲା କୁମ୍ଭମେଳାରେ ପୁଣ୍ୟ କଲା ପରେ ସେ ସବୁଦିନ ପାଇଁ ଆଖିବୁଜିଦେବ ।
୪୮ ବର୍ଷୀୟ ଅଶୋକ କୁମାର ଦିଲ୍ଲୀର ତ୍ରିଲୋକପୁରିରେ ରୁହନ୍ତି । ଅଶୋକ ସ୍ତ୍ରୀଙ୍କୁ ସାଥୀରେ ଧରି ପ୍ରୟାଗରାଜ ଆସିଥିଲେ । ସେଠାରେ ସେମାନେ ଏକ ଘର ଭଡ଼ା ନେଇ ରହିଲେ । ସେହିଦିନ ରାତିରେ ହିଁ ସ୍ତ୍ରୀ ଗଳାକାଟି ହତ୍ୟା କଲା ଅଶୋକ ।
କରିଥିଲା ଯୋଜନା: କିଛି ଘଣ୍ଟା ପରେ ସ୍ତ୍ରୀ ନିଖୋଜ ଥିବାନେଇ ନିକଟସ୍ଥ ଥାନାରେ ଅଭିଯୋଗ ଦାଖଲ କରି ଫେରାର ହୋଇଗଲା ଅଶୋକ । ପରଦିନ ଭଡ଼ା ଘର ଗାଧୁଆ ଘରୁ ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କ ମୃତଦେହ ମିଳିଲା । ଯାହା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କଲା ।
କିଛି ଭାବିଲାନି: ଘର ଭଡ଼ା ନେବାବେଳେ ଆଇଡି ଫ୍ରୁଫ୍ ଦେଇ ନ ଥିବା କାରଣରୁ ପୋଲିସକୁ ମୃତଦେହ ଚିହ୍ନଟ କରିବାରେ ଅସୁବିଧା ହୋଇଥିଲା । ମୃତଦେହର ପରିଚୟ ଖୋଜିବା ପାଇଁ ପୋଲିସ ଉଭୟ ସୋସିଆଲ ମିଡିଆ ଓ ସିସିଟିଭି ଫୁଟେଜ ଚେକ୍ କରିବା ଆରମ୍ଭ କଲା ।
ମୃତାଙ୍କ ଭାଇ ଓ ୨ ପୁଅ ସୋସିଆଲ ମିଡିଆ ସାହାଯ୍ୟରେ ଶବର ଚିହ୍ନଟ କରି ଦିଲ୍ଲୀ ଥାନାରେ ସୂଚନା ଦେଲେ । ଏହାପରେ ଦିଲ୍ଲୀ ପୋଲିସ ପ୍ରୟାଗରାଜ ପୋଲିସ ସହ କଥା ହୋଇ ଶବର ପରିଚୟ ମିନାକ୍ଷୀ ଭାବେ ଚିହ୍ନଟ ହେଲା ।
୩ ମାସରୁ କରୁଥିଲା ଚିନ୍ତା: ସ୍ୱତନ୍ତ୍ର ପୋଲିସ ଟିମ୍ ମିନାକ୍ଷୀଙ୍କ ହତ୍ୟାକାରୀ ସ୍ୱାମୀଙ୍କୁ ଧରିବାରେ ଶୁକ୍ରବାର ରାତିରେ ସଫଳ ହେଲା । ଛୁରୀରେ ସ୍ତ୍ରୀ ଗଳା କାଟି ହତ୍ୟା କରିଥିଲା । ଅନ୍ୟ ମହିଳାଙ୍କ ସହ ଅଶୋକର ସମ୍ପର୍କ ଥିବା ଜାଣିବା ପରେ ଉଭୟଙ୍କ ମଧ୍ୟରେ କଳିଗୋଳ ଲାଗିରୁହେ; ଯେଉଁ କାରଣରୁ ସେ ୩ ମାସ ହେବ ସ୍ତ୍ରୀ ମିନାକ୍ଷୀଙ୍କୁ ହତ୍ୟା କରିବାର ଯୋଜନା କରୁଥିଲା ବୋଲି ଅଭିଯୁକ୍ତ ପୋଲିସକୁ କହିଲା । ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି ପୋଲିସ ।