ଆସିକା: ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ।
ସୂଚନାରୁ ପ୍ରକାଶ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଢ଼ଉଗାଁରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବୁଧବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । କଥା ଏତେ ବଢ଼ିଯାଇଥିଲା କି ସ୍ୱାମୀ ଜଣଙ୍କ ଉତ୍ୟକ୍ତ ହୋଇ ତାଙ୍କ ସ୍ତ୍ରୀଙ୍କୁ ଛରୀରେ ହାତ ଓ ପେଟରେ ଛୁରାମାଡ଼ କରିଥିଲେ । ସ୍ତ୍ରୀଙ୍କ ଚିକ୍ରାର ଶୁଣି ପଡ଼ୋଶୀ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ଗୁରୁତର ସ୍ତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଏହା ପରେ ସ୍ୱାମୀ ଜଣଙ୍କୁ ଥାନାରେ ଅଟକ ରଖି ଜେରା କରିଥିଲେ । ସେପଟେ ସ୍ତ୍ରୀର ଚରିତ୍ରକୁ ସନେ୍ଦହ କରି ସ୍ୱାମୀ ଏପରି କାଣ୍ଡ କରିଥିବା ପୋଲିସ ସୂଚନା ଦେଇଛନ୍ତି । ତେବେ ଗୁରୁତର ମହିଳା ଜଣଙ୍କ ୩୨ ବର୍ଷୀୟା ଲିଟିଲି ପାଣିଗ୍ରାହୀ ବୋଲି ଜଣାପଡ଼ିଛି ।