fbpx

ଲକ୍-ଡାଉନ୍ ଯୋଗୁଁ ବାପଘରୁ ଆସିପାରିଲେନି ସ୍ତ୍ରୀ: ବିରହରେ ଜୀବନ ହାରିଦେଲେ ସ୍ୱାମୀ

Advertisement

ଦେଶର କରୋନା ସଙ୍କଟର ମୁକାବିଲା କରିବା ପାଇଁ ଲକ୍-ଡାଉନ୍ ଲାଗୁ ହୋଇଛି । ଏହି ସମୟରେ ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଉଥିବା ବେଳେ କିଛିଲୋକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରବିାକୁ ପଛାଉନାହାନ୍ତି । ସେହିପରି ଉତ୍ତରପ୍ରଦେଶ ଗୋଣ୍ଡା ଅନ୍ତର୍ଗତ ରାଧାକୁଣ୍ଡ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି, ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

 

ତେବେ ଲକ୍-ଡାଉନ୍ ଯୋଗୁଁ ଜଣେ ବ୍ୟକ୍ତିଙ୍କ ପତ୍ନୀ ତାଙ୍କ ବାପଘରୁ ଆଉ ଫେରିପାରିନଥିଲେ । ସ୍ତ୍ରୀଠାରୁ ଦୂରରେ ରହି ବିରହରେ ଝୁରି ଝୁରି ଶେଷରେ ସ୍ୱାମୀଜଣକ ଆତ୍ମହତ୍ୟା କରିଛନ୍ତି । ବ୍ୟକ୍ତିଙ୍କ ନାଁ ରାକେଶ ସୋନି ହୋଇଥିବା ବେଳେ ତାଙ୍କ ବୟସ ୩୨ ବର୍ଷ ହୋଇଥିବା ଜଣାପଡିଛି । ସାରା ଦେଶରେ ଲକ୍-ଡାଉନ୍ ହେବା ପୂର୍ବରୁ ତାଙ୍କ ପତ୍ନୀ ବାପଘରକୁ ଯାଇଥିଲେ । ସେ ଆଉ ନ ଫେରିପାରିବାରୁ ରାକେଶ ତାଙ୍କୁ ଝୁରି ହେଉଥିଲେ । ଶେଷରେ ସେ ନିଜ ଘର ପଙ୍ଖାରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ଜବତ କରି ଘଟଣାର ଛାନଭିନ୍ ଆରମ୍ଭ କରିଛି ।

Get real time updates directly on you device, subscribe now.