fbpx

ଶାଶୁ ଘରେ ପତ୍ନୀଙ୍କୁ ମିଳୁଥିବା ପ୍ରତ୍ୟେକ ଆଘାତ ପାଇଁ ଦାୟୀ ରହିବେ ସ୍ୱାମୀ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ,୯ ।୩:ମହିଳାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଶାଶୁ ଘରେ ଜଣେ ମହିଳାଙ୍କୁ ମିଳୁଥିବା ପ୍ରତ୍ୟେକ ଆଘାତ ପାଇଁ ସ୍ୱାମୀ ଦାୟୀ ରହିବେ । ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ୱରେ ଗଠିତ ବେଞ୍ଚ୍ କହିଥିଲେ ଯେ, ଶାଶୁ ଘରେ ମହିଳାଙ୍କୁ ଯଦି ଆଉ କେହି ସମ୍ପର୍କୀୟ ଆକ୍ରମଣ କରନ୍ତି ତେବେ ଏଥିପାଇଁ ସ୍ୱାମୀ ହିଁ ଦାୟୀ ରହିବେ ।

ସୂଚନା ଯେ, ସୁପ୍ରିମକୋର୍ଟ ପତ୍ନୀଙ୍କୁ ମାଡ ମାରିବା ଘଟଣାରେ ଜଣେ ବ୍ୟକ୍ତିଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ପତ୍ନୀଙ୍କୁ ମାଡମାରିଥିବା ବ୍ୟକ୍ତିଙ୍କର ଏହା ତୃତୀୟ ବିବାହ ହୋଇଥିବା ବେଳେ ମହିଳାଙ୍କର ମଧ୍ୟ ଏହା ହେଉଛି ଦ୍ୱିତୀୟ ବିବାହ । ବିବାହର ଗୋଟିଏ ବର୍ଷ ପରେ ୨୦୧୮ରେ ମହିଳା ଜଣେ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିଲେ । ଗତବର୍ଷ ଜୁନରେ ମହିଳା ଲୁଧିଆନା ପୋଲିସରେ ନିଜ ପତି ଓ ଶାଶୂ ଘର ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଯୌତୁକ ନଦେବାରୁ ତାଙ୍କୁ ସ୍ୱାମୀ ଓ ଶାଶୂ ଘର ଲୋକେ ମାଡ ମାରିଥିବା ସେ କହିଥିଲେ । ଅଭିଯୁକ୍ତଙ୍କ ଓକିଲ କୁଶାଗ୍ର ମହାଜନ କୋର୍ଟରେ କହିଥିଲେ ଯେ, ତାଙ୍କ ମହୋକିଲଙ୍କ ଜାମିନ ଦିଆଯାଉ । ଏହାକୁ ନେଇ କୋର୍ଟ ପଚାରିଥିଲେ ଯେ, ଆପଣ କିଭଳି ଲୋକ । ମହିଳା ସ୍ୱାମୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଥିଲେ ।

ଏପରିକି ତାଙ୍କୁ ଗର୍ଭପାତ କରିବାକୁ ଚାପ ପକାଇଥିଲେ । ଆହୁରି ମଧ୍ୟ ମାଡ ମାରିବାକୁ କ୍ରିକେଟ ବ୍ୟାଟ୍ ବ୍ୟବହାର କରିଥିଲେ । କିଏ ମାଡ ମାରୁଛି କିଛି ଫରକ ପକାଏ ନାହିଁ । ଏଥିପାଇଁ କେବଳ ସ୍ୱାମୀ ହିଁ ଦାୟୀ ରହିବେ । ଏହାପରେ ଖଣ୍ଡପୀଠ ଆବେଦନକୁ ଖାରଜ କରିଦେଇଥିଲେ । ଏହାପୂର୍ବରୁ ଏହି ମାମଲା ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଚାଲିଥିଲା ।

Get real time updates directly on you device, subscribe now.