ହାଇଦ୍ରାବାଦର କ୍ରମାଗତ ପଞ୍ଚମ ବିଜୟ, ୭୨ ଟି ବଲ୍ ବାକି ଥାଇ ଆରସିବିକୁ ନଅ ୱିକେଟରେ କଲା ପରାସ୍ତ

ମୁମ୍ବାଇ: ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୯ ୱିକେଟରେ ପରାସ୍ତ କରିଛି। ହାଇଦ୍ରାବାଦ ଆଠ ଓଭରରେ ବାଙ୍ଗାଲୋରର ୬୯ ରନ୍‌ର ଛୋଟ ଟାର୍ଗେଟକୁ ପଛରେ ପକାଇ ଦେଇଥିଲା। କେନ୍ ୱିଲିୟମସନଙ୍କ ନେତୃତ୍ୱରେ ଚଳିତ ସିଜନରେ ଏହା ହାଇଦ୍ରାବାଦର କ୍ରମାଗତ ପଞ୍ଚମ ବିଜୟ ଏବଂ ଏହି ବିଜୟ ସହିତ ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ପହଁଞ୍ଚିଛି ।

ବର୍ଷ ବଦଳିଛି ବଦଳିଛି ଅଧିନାୟକ, କିନ୍ତୁ ବଦଳିନି ଆରସିବିର ଭାଗ୍ୟ । ପୁଣି ଥରେ ଆରସିବି ପାଇଁ ଦୁସପ୍ନ ପାଲଟିଛି ଏପ୍ରିଲ ୨୩ । ଆଜିର ପ୍ରଦର୍ଶନ ପରେ ଦଳର ପୁରୁଣା ସ୍ମୃତି ପୁଣି ଥରେ ତାଜା ହୋଇଯାଇଛି । କାରଣ ଆରସିବିର ଏପ୍ରିଲ ୨୩ ସହିତ ଖାସ୍ ସମ୍ପର୍କ ରହିଛି । ୨୦୧୭ ମସିହା ଏହି ଦିନରେ ଆରସିବି ଆଇପିଏଲ ଇତିହାସର ସବୁଠୁ କମ୍ ସ୍କୋର କରିବାର ରେକର୍ଡ କରିଥିଲା ।

ଆଜିଠୁ ଠିକ୍ ପାଞ୍ଚ ବର୍ଷ ତଳେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ସ୍କୋର ଥିଲା ୪୯ । ଆଜି ବି ଏପ୍ରିଲ ୨୩, ଆଉ ଦଳ ଭୋଗିଛି ସମାନ ଦଶା । ହାଇଦ୍ରାବାଦର ଘାତକ ବୋଲିଂ ଆଗରେ ମାତ୍ର ୬୮ରନ୍ ରେ ପ୍ୟାଭିଲିୟନ ଫେରି ଯାଇଛନ୍ତି ସମସ୍ତ ଖେଳାଳୀ ।

ଖାଲି ଦଳ ନୁହେଁ ବିରାଟ କୋହଲି ମଧ୍ୟ ଏହି ଦିନରେ ନିଜ ନାଁରେ ଛାଡ଼ିଛନ୍ତି ବିରଳ ରେକର୍ଡ । ଉଭୟ ମ୍ୟାଚ୍ ରେ ବିରାଟଙ୍କର ରହିଛି ସେମ ଷ୍ଟୋରୀ, ନାଁ ଆଗରେ ରହିଛି.. ଶୁନ ।

୨୦୧୭ରେ ୧୩୨ ରନ୍ ଟାର୍ଗେଟର ପିଛା କରି ଦଳ ମାତ୍ର ୪୯ ଅଲ ଆଉଟ ହୋଇଯାଇଥିଲା । ଆଜି କିନ୍ତୁ ଷ୍ଟୋରୀ ସାମାନ୍ୟ ଅଲଗା । ଦଳ ଆଜି ପ୍ରଥମେ ବ୍ୟାଟିଂ କରି ୬୮ ରନ୍ ରେ ଅଲ ଆଉଟ ହୋଇଯାଇଛି ।
ବାଙ୍ଗଲୋର ପାଇଁ ପ୍ରଭୁ ଦେଶାଇ ସର୍ବାଧିକ ୧୫ ରନ୍ ସଂଗ୍ରହ କରିଥିଲେ । ତାଙ୍କ ପଛକୁ ଗ୍ଲେନ୍ ମାକ୍ସୱେଲ୍ ୧୨ ରନ୍ କରିଥିବା ବେଳେ ବାକି କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଏପରିକି ତିନି ଜଣ ବ୍ୟାଟ୍ସମ୍ୟାନ୍ ଖାତା ନଖୋଲି ପ୍ୟାଭିଲିୟନ ଫେରିଛନ୍ତି ।

ହାଇଦ୍ରାବାଦ୍ ର ଘାତକ ବୋଲିଂ ଆଗରେ ୧୬ ଓଭରରେ ମାତ୍ର ୬୮ ରନ ରେ ଅଲଆଉଟ୍ ହୋଇଯାଇଛି ।

ହାଇଦ୍ରାବାଦ୍ ପକ୍ଷରୁ ସଫଳ ବୋଲର ଭାବରେ ଟି ନଟରାଜନ ଏବଂ ମାର୍କୋ ଜନସନ ୩ଟି ଲେଖାଏଁ ୱିକେଟ୍ ଦଖଲ କରିଥିଲେ । ତାଙ୍କ ବ୍ୟତୀତ ଜଗଦୀଶ ସୁଚିତ ୨ଟି ୱିକେଟ୍ ନେଇଥିବା ବେଳେ ଉମ୍ରାନ୍ ମଲ୍ଲିକ ଏବଂ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏଁ ୱିକେଟ୍ ପାଇଛନ୍ତି ।

 

 

Get real time updates directly on you device, subscribe now.