fbpx

‘ମୁଁ ତୁମକୁ ତଲାକ୍ ଦେଉଛି…’, ଇନଷ୍ଟାଗ୍ରାମରେ ଛାଡ଼ପତ୍ର ଦେଲେ ଦୁବାଇ ରାଜକୁମାରୀ, ଗତ ବର୍ଷ କରିଥିଲେ ବିବାହ

ନୂଆଦିଲ୍ଲୀ: ଦୁବାଇର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ରଶିଦ୍ ଅଲ୍ ମକତୁମ୍‌(Mohammed bin Rashid Al Maktoum)ଙ୍କ ସୁପୁତ୍ରୀ ତଥା ଦୁବାଇର ରାଜକୁମାରୀ ଶେଖା ମାହରା ବିନ୍ତ୍ ମହମ୍ମଦ ରଶିଦ୍ ଅଲ୍ ମକତୁମ୍‌(Sheikha Mahra Bint Mohammed bin Rashid Al Maktoum) ସାମାଜିକ ଗଣମାଧ୍ୟମରେ ଛାଡ଼ପତ୍ର ଘୋଷଣା କରିଛନ୍ତି । ସେ ତାଙ୍କ ସ୍ୱାମୀ ଶେଖ୍ ମାନା ବିନ୍ ମହମ୍ମଦ ବିନ୍ ରଶିଦ୍‌ (Sheikh Mana bin Mohammed bin Rashid)ଙ୍କୁ ଇସଲାମ ପରମ୍ପରା ଅନୁଯାୟୀ ଛାଡ଼ପତ୍ର ଦେଇଛନ୍ତି । ଏଭଳି ଡିଜିଟାଲ ‘ଛାଡ଼ପତ୍ର’କୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି ।

ରାଜକୁମାରୀ ଶେଖା ମାହରା ପ୍ରଥମ ସନ୍ତାନ ଜନ୍ମ ଦେବାର ଦୁଇ ମାସ ପରେ ତାଙ୍କ ସ୍ୱାମୀଙ୍କୁ ଇନଷ୍ଟାଗ୍ରାମରେ ଇସଲାମ ପରମ୍ପରା ଅନୁଯାୟୀ ତିନି ଥର ‘ତଲାକ୍‌’ କହି ଇନଷ୍ଟାଗ୍ରାମରେ ଛାଡ଼ପତ୍ର ଦେଇଛନ୍ତି । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସେ ଲେଖିଛନ୍ତି, ‘ପ୍ରିୟ ସ୍ୱାମୀ, ଆପଣ ଅନ୍ୟ ସାଥୀଙ୍କ ସହ ବ୍ୟସ୍ତ ରହୁଛନ୍ତି ତେଣୁ ମୁଁ ତୁମକୁ ତଲାକ୍ ଦେଉଛି, ତଲାକ୍ ଦେଉଛି ତଲାକ୍ ଦେଉଛି । ତୁମେ ନିଜର ଯତ୍ନ ନିଅ । ତୁମର ପୂର୍ବତନ ପତ୍ନୀ ।’ ଏହା ପରେ ସେ ତାଙ୍କ ସୋସିଆଲ ମିଡିଆରୁ ସ୍ୱାମୀଙ୍କୁ ଅନ୍‌ଫଲୋ କରିଛନ୍ତି ଏବଂ ଆକାଉଣ୍ଟରେ ଥିବା ସମସ୍ତ ବିବାହ ଫଟୋ ଡିଲିଟ୍ କରିଦେଇଛନ୍ତି । କହିରଖୁଛୁ ୨୦୨୩ ମେ’ରେ ଉଭୟ ବିବାହ କରିଥିଲେ । ବର୍ତ୍ତମାନ ଶେଖା ମାହରାଙ୍କ ଛାଡ଼ପତ୍ର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି ।

 

 

Get real time updates directly on you device, subscribe now.