‘ମୁଁ ମୋ ପ୍ରେମିକାକୁ ନେଇ ଡେଟରେ ଯିବାକୁ ଚାହୁଁଛି, ଦୟାକରି ମତେ ସାହାଯ୍ୟ କରନ୍ତୁ’
ଭାଇରାଲ୍ ପ୍ରେମିକ; ପ୍ରେମିକା ସହ ଡେଟରେ ଯିବାପାଇଁ କଲେ ଏଭଳି କାମ
ରାଜସ୍ଥାନ: ଭାଇରାଲ୍ ପ୍ରେମିକ; ପ୍ରେମିକା ସହ ଡେଟରେ ଯିବାପାଇଁ କଲେ ଏଭଳି କାମ। ରାଜସ୍ଥାନର ଜୟପୁରରେ ଆଶ୍ଚର୍ଯ୍ୟ କରିଦେବା ଭଳି ଗୋଟେ ଘଟଣା ବେଶ ଭାଇରାଲ୍ ହେବାରେ ଲାଗିଛି। ଏଠାରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ବୁଲାଇ ନେବା ପାଇଁ ଏକ ଅନନ୍ୟ ଉପାୟ ବାହାର କରିଛନ୍ତି।
ସେ ତାଙ୍କ UPI ସ୍କାନରର ପ୍ରିଣ୍ଟ କାଢ଼ି ବିଭିନ୍ନ ସ୍ଥାନରେ ଲଗାଇଛନ୍ତି, ଯେଉଁଥିରେ ଲେଖାଯାଇଛି – ମୁଁ ମୋ ପ୍ରେମିକାକୁ ବୁଲିବାକୁ ଚାହୁଁଛି। କିନ୍ତୁ ମୋ ପାଖରେ ଟଙ୍କା ନାହିଁ। ଦୟାକରି ସାହାଯ୍ୟ କରନ୍ତୁ।
ଆଶ୍ଚର୍ଯ୍ୟଜନକ କଥା ହେଉଛି ଲୋକମାନେ ଏହାକୁ ସ୍କାନ ମଧ୍ୟ କରୁଛନ୍ତି ଏବଂ ଯୁବକଙ୍କୁ ଟଙ୍କା ମଧ୍ୟ ପଠାଉଛନ୍ତି। ‘ହେଲ୍ପ ମି’ ଲେଖାଥିବା ଏହି ପୋଷ୍ଟରଗୁଡ଼ିକର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଏଥିରେ ମଜାଦାର କମେଣ୍ଟ ବି ଦେଇଛନ୍ତି।