fbpx

‘ଆଜି ଜନତାଙ୍କ ହିତ ପାଇଁ ଏଭଳି ନିଷ୍ପତ୍ତି ନେବି, ଯାହା ଏପର୍ଯ୍ୟନ୍ତ କେହିବି ନେଇନାହଁନ୍ତି’: ଭଗବନ୍ତ ମାନ୍

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଟ୍ୱିଟ କରି କହିଛନ୍ତି ଯେ ପଞ୍ଜାବ ଜନତାଙ୍କ ହିତ ପାଇଁ ଆଜି ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ସେ କହିଛନ୍ତି ପଞ୍ଜାବ ଇତିହାସରେ ଆଜି ପର୍ଯ୍ୟନ୍ତ କେହି ଏଭଳି ନିଷ୍ପତ୍ତି ନେଇନଥିବେ । ଖୁବଶୀଘ୍ର ଏନେଇ ଘୋଷଣା କରାଯିବ ।

ଭଗବନ୍ତ ମାନ ବୁଧବାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି । ତାଙ୍କୁ ପଞ୍ଜାବର ରାଜ୍ୟପାଳ ବନବାରୀ ଲାଲ ପୁରୋହିତ ପଦ ଏବଂ ଗୋପନୀୟତା ପାଇଁ ଶପଥ କରାଇଛନ୍ତି । ଭଗତ ସିଂହଙ୍କ ଗ୍ରାମ ଖଟକର କଲାଂ ରେ ଏହି ଶପଥ ଗ୍ରହଣ ସମାରୋହ ହୋଇଥିଲା । ଏହି ଶପଥ ଗ୍ରହଣ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମେତ ଦିଲ୍ଲୀ ଆପର ତମାମ ନେତା ସାମିଲ ହୋଇଥିଲେ ।

ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟୀକୁ ବହୁମତ ମିଳିଥିଲା । ୧୧୭ ବିଧାନସଭା ସିଟ୍ ବିଶିଷ୍ଟ ପଞ୍ଜାବ ରେ ଆପ୍ ୯୨ ସିଟ୍ ରେ ବିଜୟ ହାସଲ କରିଛି । ସେହିଭଳି କଂଗ୍ରେସକୁ ୧୮, ଅକାଳୀ ଦଳକୁ ୩ ଏବଂ ବିଜେପିକୁ ୨ ସିଟ୍ ମିଳିଛି ।

Get real time updates directly on you device, subscribe now.