fbpx

ସଞ୍ଜୟ ରାଉତ ଝୁକେଗା ନେହିଁ… କହିଲେ ମୋତେ ଫାଶିରେ ଝୁଲାଇ ଦେଲେ ବି ଶିବସେନା ଛାଡିବି ନାହିଁ

ମୁମ୍ବାଇ: ୯ ଘଣ୍ଟା ଧରି ଜେରା କରିବା ପରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କୁ ନିଜ ହେପାଜତକୁ ନେଇଛି ଇଡି । ପାତ୍ରା ଚାଁଲ ମନି ଲଣ୍ଡ୍ରିଂ ମାମଲାରେ ରବିବାର ସଞ୍ଜୟଙ୍କୁ ତାଙ୍କ ବାସଭବନରେ ଜେରା କରିଥିଲା । ଏହାପରେ ରାଉତଙ୍କୁ ନିଜ ହେପାଜକୁ ନେଇଛି ଇଡି ।

ଇଡି ଦ୍ଵାରା ହେପାଜତରେ ଯିବାପରେ ମଧ୍ୟ ଶିବସେନା ନେତା ସଞ୍ଜୟ ରାଉତଙ୍କ ମନୋଭାବ ନରମ ପଡିନାହିଁ । ଇଡି ଅଫିସ ସାମ୍ନାରେ ସେ ଜୋରଦାର ହୁଙ୍କାର ଭରିଛନ୍ତି । ସଞ୍ଜୟ ରାଉତ କହିଛନ୍ତି, ମୋ ବିରୋଧରେ ମିଥ୍ୟା ମୋକଦ୍ଦମା କରାଯାଉଛି । ଶିବସେନାକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର ରଚାଯାଉଛି । ଏହା ପୂର୍ବରୁ ସଞ୍ଜୟ ରାଉତ ଟୁଇଟ୍ କରି ଲେଖିଥିଲେ, ସେହିବ୍ୟକ୍ତିଙ୍କୁ ହରାଇ ପାରିବେ ନାହିଁ, ଯିଏ କେବେ ବି ହାର ମାନନ୍ତି ନାହିଁ। ମୁଁ ଜମାରୁ ନଇଁବି ନାହିଁ, ଜୟ ମହାରାଷ୍ଟ୍ର। ସେ ଆହୁରି କହିଥିଲେ କିଛି ବି ହୋଇଯାଉ ଶିବସେନା ଛାଡିବି ନାହିଁ । ଏହି ଟୁଇଟ୍ ରେ ସେ ବାଲାସାହେବ୍ ଠାକରେ ଏବଂ ଉଦ୍ଧବ ଠାକରେଙ୍କ ସହିତ ଫଟୋ ଲଗାଇଛନ୍ତି ।

ସଞ୍ଜୟ ରାଉତ କହିଛନ୍ତି, ମୁଁ କେବେ ମଧ୍ୟ ଧୋକା ଦେଇନି। ମୁଁ ଶିବସେନା ସହିତି ରହିଛି ଏବଂ ରହିବି । ମୋତେ ଫାଶିରେ ଝୁଲାଇ ଦେଲେ ବି ଶିବସେନା ଛାଡିବି ନାହିଁ। ମୁଁ ଛଅ ମାସ ପୁର୍ବେ ଭେଙ୍କେୟା ନାଇଡୁଙ୍କୁ ଚିଠି ଲେଖି ଜଣାଇଥିଲି ଯେ, ମୋ ଉପରେ ଚାପ ପକାଯାଉଛି । ମୋତେ ଜେଲ୍ ରେ ଭର୍ତ୍ତି କରିବାକୁ ଷଡଯନ୍ତ୍ର ରଚାଯାଉଛି ବୋଲି ରାଉତ କହିଛନ୍ତି ।

ସେପଟେ ଇଡି ଚଢ଼ଉ ବେଳେ ସଞ୍ଜୟ ରାଉତଙ୍କୁ ଘରୁ ନଗଦ ସାଢ଼େ ୧୧ ଲକ୍ଷ ଟଙ୍କା ଜବତ ହୋଇଥିବାନେଇ ସୂଚନା ମିଳିଛି ।

Get real time updates directly on you device, subscribe now.