ଟଙ୍କାଲୋଭି IAS ଅଫିସର… ପଇସା ପାଇଁ ଡାକ୍ତରାଣୀଙ୍କ ହାତ ଭାଙ୍ଗିଦେଲେ

ଅଭିଯୋଗ ରଖିବାକୁ ପ୍ରସ୍ତୁତ ନାହିଁ ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଲେ ପୀଡ଼ିତା ।

ତ୍ରିପୁରା: ଦକ୍ଷିଣ ତ୍ରିପୁରାରେ କାର୍ଯ୍ୟରତ ଆଇଏଏସ୍ ଅଧିକାରୀଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ । ନିର୍ଯାତନା ଅଭିଯୋଗ ଆଣିଛନ୍ତି ଡାକ୍ତରାଣୀ ସ୍ତ୍ରୀ । ଅଧିକାରୀ ଯୌତୁକ ପାଇଁ ସ୍ତ୍ରୀଙ୍କୁ ପିଟି ତାଙ୍କ ହାତ ମୋଡ଼ି ଭାଙ୍ଗିଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି

। ଆଏଏସ୍ ଅଧିକାରୀଙ୍କ ସ୍ତ୍ରୀ ସ୍ଥାନୀୟ ପୋଲିସ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଆଇଏଏସ୍ ଅଧିକାରୀଙ୍କ ନାଁରେ ଅଭିଯୋଗ କରିବା ପାଇଁ ପୋଲିସ ଆଦୌ ପ୍ରସ୍ତୁତ ନାହିଁ ।

ଏହାଛଡ଼ା ମାମଲାରେ ପୋଲିସ ପକ୍ଷରୁ କୌଣସି ସାହାଯ୍ୟ ମିଳୁ ନ ଥିବା ମଧ୍ୟ କହିଛନ୍ତି ଆଇଏସ୍ଙ୍କ ପତ୍ନୀ । ତ୍ରିପୁରା ଏଡିଏମ୍ ତଥା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଦୀପ କୃଷ୍ଣରାଜଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ଡା. ଏମ୍.ଜେ. ଦିଫି ।

ସ୍ୱାମୀ, ସ୍ତ୍ରୀ ସପ୍ତାହ ବେଲୋନିୟାସ୍ଥିତି କ୍ୱାର୍ଟର୍ସରେ ରହୁଥିଲେ । ସେଠାରେ ହିଁ ଆଇଏଏସ୍ ଅଧିକାରୀ ତାଙ୍କ ସହ ମାରପିଟ୍ କରିଥିଲେ । ମାଡ ମାରିବା କାରଣରୁ ଦିଫିଙ୍କ ହାତ ଭାଙ୍ଗିଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ।

ଦୁହେଁ ୨୦୨୨ରେ ବିବାହ କରିଥିଲେ । ବାହାଘର ପରେ ପରେ କୃଷ୍ଣରାଜ ଏବଂ ତାଙ୍କ ପରିବାର ଲୋକେ ଡାକ୍ତରାଣୀ ସ୍ତ୍ରୀ’ ଦିଫିଙ୍କୁ ଯୌତୁକ ନିର୍ଯାତନା ଆରମ୍ଭ କରିଥିବା ସେ କହିଛନ୍ତି ।

ଆଇଏଏସ୍ଙ୍କ ବିରୋଧରେ ଅଭିଯୋଗ ରଖିବା ପାଇଁ ଥାନା ଅଧିକାରୀ ରାଜି ନ ହେବା ପରେ ପୀଡ଼ିତା ମୁଖ୍ୟମନ୍ତ୍ରୀ ମାଣିକ ଶାହା, ମୁଖ୍ୟ

ସଚିବ ଓ ଡିଜିପିଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି । ମାମଲା ନେଇ ଆଇଏଏସ୍ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।