fbpx

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି: ୩ଟି ଜିଲ୍ଲାର ଜିଲ୍ଲାପାଳ ବଦଳିଲେ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ୩ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଆଶିଷ ଥାକରେଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ବିନୟ କୁମାର ଦାସଙ୍କୁ କଟକ ମହାନଗର ନିଗମ (ସିଏମସି) କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାରଙ୍କ ଆଇଏଏସ କ୍ୟାଡରରେ ଯୁଗ୍ମ ସଚିବଙ୍କୁ ପ୍ରଦାନ କରାଯାଉଥିବା ଷ୍ଟାଟସ ଓ ଦାୟିତ୍ୱ ପରି ସମାନ କ୍ଷମତା ସିଏମସି କମିଶନରଙ୍କୁ ପ୍ରଦାନ କରାଯିବ । କଟକ ବିକାଶ କର୍ତ୍ତୃପକ୍ଷ (ସିଡିଏ)ର ଉପାଧ୍ୟକ୍ଷ ଭାବେ ଶ୍ରୀ ଦାସ ଅତିରିକ୍ତ ଦାୟିତ୍ୱରେ ରହିବେ ।

ସିଏମସି କମିଶନର ସହିତ ସିଡିଏର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିବା ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ବଦଳି କରାଯାଇଛି । ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ବଦଳି କରାଯାଇଛି ।

Get real time updates directly on you device, subscribe now.