fbpx

ଆଇସିସିର ବଡ଼ ଘୋଷଣା, ପୁରୁଷ ଏବଂ ମହିଳା ଟିମଙ୍କୁ ମିଳିବ ସମାନ ପୁରସ୍କାର ରାଶି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆସିସି) ଏକ ବଡ଼ ଘୋଷଣା କରିଛି। ଆଇସିସି ପ୍ରତିଯୋଗିତାରେ ଭାଗ ନେଉଥିବା ପୁରୁଷ ଏବଂ ମହିଳା ଟିମଙ୍କୁ ସମାନ ପୁରସ୍କାର ରାଶି ମିଳିବ। ଡରବନରେ ଆଇସିସିର ବାର୍ଷିକ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି। ଆସିସିର ଚେୟାରମ୍ୟାନ ଗ୍ରେଗ ବାର୍କଲେ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହା ଆମ ଖେଳର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଏବଂ ମୋତେ ଖୁସି ଲାଗୁଛି ଯେ, ଆସିସି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଉଥିବା ପୁରୁଷ ଏବଂ ମହିଳା କ୍ରିକେଟରମାନଙ୍କୁ ବର୍ତ୍ତମାନ ସମାନ ଭାବେ ପୁରସ୍କୃତ କରାଯିବ।

ସେ ଆହୁରି କହିଛନ୍ତି ଯେ, ୨୦୧୭ ବର୍ଷରେ ଆମେ ପ୍ରତି ବର୍ଷ ମହିଳାମାନଙ୍କ ଇଭେଣ୍ଟରେ ପୁରସ୍କାର ରାଶିରେ ବୃଦ୍ଧି କରିଛୁ, ଯାହାର ସ୍ପଷ୍ଟ ଲକ୍ଷ୍ୟ ସମାନ ପୁରସ୍କାର ରାଶି ପ୍ରାପ୍ତ କରିବା। ଏବେଠାରୁ ଆଇସିସି ମହିଳା କ୍ରିକେଟ ବିଶ୍ୱ କପ ଜିତିବାରେ ଆସିସି ପୁରୁଷ କ୍ରିକେଟ ବିଶ୍ୱ କପ ଜିତିବାରେ ବରାବର ପୁରଷ୍କାର ରାଶି ମିଳିବ ଏବଂ ଟ୍ୱେଣ୍ଟି-୨୦ ବିଶ୍ୱ କପ ଏବଂ ଅଣ୍ଡର-୧୯ ପାଇଁ ମଧ୍ୟ ଏହି ରାଶି ରହିବ।

ଅଷ୍ଟ୍ରେଲିଆ ଚଳିତ ବର୍ଷ ଆରମ୍ଭରେ ମହିଳାମାନଙ୍କ ଟ୍ୱେଣ୍ଟି-୨୦ ବିଶ୍ୱ କପ ଜିତିଥିଲା ଏବଂ ପୁରସ୍କାର ରାଶି ଭାବେ ୧ ମିଲିୟନ ଡଲାର ଜିତିଥିଲା, ଯାହାକି ଉପବିଜେତା ଦକ୍ଷିଣ ଆଫ୍ରିକାକୁ ୫୦୦,୦୦୦ ଡଲାର ମିଳିଥିଲା।

ଅନ୍ୟପକ୍ଷରେ ଇଂଲଣ୍ଡର ପୁରୁଷ ଟିମଙ୍କୁ ଗତ ବର୍ଷ ନଭେମ୍ବରରେ ଟି-୨୦ ବିଶ୍ୱ କପ ଜିତିବା ପରେ ୧.୬ ମିଲିୟନ ଡଲାର ମିଳିଥିଲା, ଯାହାକି ଫାଇନାଲରେ ହାରିଥିବା ପାକିସ୍ତାନକୁ ୮୦୦,୦୦୦ ଡଲାର ମିଳିଥିଲା। ଆଇସିସିର ପ୍ରଶଂସା କରି ବିସିସିଆଇ ସଚିବ ଜୟ ଶାହ ଟ୍ୱିଟରରେ ଲେଖିଛନ୍ତି ଯେ, ଏକ ନୂଆ ସକାଳର ଆରମ୍ଭ। ସମାନତା ଏବଂ ସଶକ୍ତିକରଣର ଯୁଗ।

Get real time updates directly on you device, subscribe now.