fbpx

ICC ଟି-୨୦ ରାଙ୍କିଙ୍ଗ: ଖସିଲେ ରୋହିତ ଓ ରାହୁଲ; ଟପ ଟେନରେ ନାହାନ୍ତି ଜଣେ ବି ବୋଲର

ନୂଆଦିଲ୍ଲୀ: ବୁଧବାର ଆଇସିସି ପକ୍ଷରୁ ପ୍ରକାଶ ପାଇଛି ଟି-୨୦ ରାଙ୍କିଙ୍ଗ । ନିକଟରେ ଭାରତୀୟ ଅଧିନାୟକ ଏବଂ ଉପ ଅଧିନାୟକ ନିଯୁକ୍ତ ହୋଇଥିବା ରୋହିତ ଶର୍ମା ଏବଂ କେ ଏଲ୍ ରାହୁଲଙ୍କ ରାଙ୍କିଂରେ ଅବନତି ଘଟିଛି । ବିଶ୍ୱକପରେ ୩ଟି ଅର୍ଦ୍ଧଶତକ ସହିତ ଭାରତର ସର୍ବାଧିକ ସ୍କୋରର ରହିଥିବା କେ ଏଲ ରାହୁଲ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି । ୭୨୭ ରେଟିଂ ପଏଣ୍ଟ ସହିତ ରାହୁଲ ପଞ୍ଚମ ସ୍ଥାନରୁ ଖସି ଷଷ୍ଠରେ ପହଞ୍ଚିଛନ୍ତି । ପୂର୍ବତନ ଅଧିନାୟକ କୋହଲି ପୂର୍ବବତ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଗୋଟିଏ ସ୍ଥାନ ତଳକୁ ଖସି ୧୬ତମ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା ।

ତେବେ ଟପ ଟେନରେ ଜଣେ ବି ଭାରତୀୟ ବୋଲର ସାମିଲ ନାହାନ୍ତି । ଶ୍ରୀଲଙ୍କାର ଲେଗ ସ୍ପିନର ତଥା ବିଶ୍ୱକପରେ ସର୍ବାଧିକ ୱିକେଟ ନେଇଥିବା ୱନିନ୍ଦୁ ହସରଙ୍ଗା ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଶ୍ରେଷ୍ଠ ଭାରତୀୟ ଭାବରେ ଜସପ୍ରୀତ ବୁମରା ୧୫ ତମ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.