fbpx
BSKY
BJD MC SKY
BJD MS SKY

ଆଇସିସି ଟେଷ୍ଟ କ୍ରିକେଟ୍‌ର ଅଫ ଦି ଇୟର ପୁରସ୍କାର: ଅଶ୍ୱିନଙ୍କ ସହିତ ୪ ଖେଳାଳିଙ୍କ ନାମ ସୁପାରିସ, ଜାନୁୟାରୀ ୨୪ରେ ନାଁ ଘୋଷଣା

ଦୁବାଇ: ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସହିତ ୪ ଖେଳାଳିଙ୍କ ନାମ ଆଇସିସି ଟେଷ୍ଟ କ୍ରିକେଟର ଅଫ ଦିନ ଇୟର ପୁରସ୍କାର ପାଇଁ ସୁପାରିସ କରା ଯାଇଛି । ଅଶ୍ୱିନ ଚଳିତ ବର୍ଷ ୮ ଟେଷ୍ଟ ଖେଳି ୫୨ ୱିକେଟ ଅକ୍ତିଆର କରିଥିବା ବେଳେ ଗୋଟିଏ ଶତକ ସହିତ ୩୩୭ ରନ ସଂଗ୍ରହ କରିଛନ୍ତି । ସେହିପରି ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିଥିବା ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟ୍‌ ,ନ୍ୟୁଜିଲାଣ୍ଡ ଦଳର ପେସ୍‌ ବୋଲର କେଲେ ଜେମିସନ ଓ ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେଙ୍କ ନାମ ଏହି ପୁରସ୍କାର ପାଇଁ ମଧ୍ୟ ସୁପାରିସ ହୋଇଛି ।ଆସନ୍ତା ଜାନୁୟାରୀ ୨୪ ତାରିଖ ଦିନ ଏହି ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ ।

ଚଳିତ ବର୍ଷର ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ଭାରତ ପରାଜୟ ଆଶଙ୍କା ଦେଇ ଗତି କରୁଥିବା ବେଳେ ହନୁମା ବିହାରୀଙ୍କ ସହିତ ଅଶ୍ୱିନ ଅତି ଧୈର୍ଯ୍ୟର ସହିତ ବ୍ୟାଟିଂ କରି ୧୨୮ ବଲରୁ ୨୯ ରନ କରିବା ଯୋଗୁ ଭାରତ ଏହି ମ୍ୟାଚ ଡ୍ର ରଖିପାରିଥିଲା । ସେହିପରି ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ୩୨ ୱିକେଟ ଅକ୍ତିଆର କରି ଭାରତର ସିରିଜ ବିଜୟ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ମ୍ୟାନ ଅଫ ଦି ସିରିଜ ହୋଇଥିଲେ । ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ ମ୍ୟାଚରେ ୪ ୱିକେଟ ଅକ୍ତିଆର କରିବା ଅନ୍ୟତମ ସଫଳତା ଥିଲା । ନିକଟରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ ମଧ୍ୟ ୧୪ ୱିକେଟ ହାସଲ କରି ପ୍ଳେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ ।

ସୂଚନା ଯୋଗ୍ୟ ଯେ ଆଇସିସି ପକ୍ଷରୁ ପ୍ରତିବର୍ଷ ଟେଷ୍ଟ, ଦିନିକିଆ ଓ ଟି-୨୦ ଫର୍ମାଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପୁରୁଷ ଓ ମହିଳା କ୍ରିକେଟରଙ୍କୁ ମୋଟ ୧୩ ପୁରସ୍କାର ପ୍ରଦାନ କରା ଯାଉଛି । ଜାନୁୟାରୀ ୧ ତାରିଖ ୨୦୨୧ରୁ ଚଳିତ ଡିସେମ୍ବର ମାସ ୩୧ ତାରିଖ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଆଇସିସି ପକ୍ଷରୁ ପୁରସ୍କୃତ କରାଯିବ ।

Get real time updates directly on you device, subscribe now.