fbpx

(VIDEO) କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ନେଇ ଆସିଲା ଗାଇଡଲାଇନ୍: ଜାଣନ୍ତୁ ଏନେଇ ସରକାର କ’ଣ କହିଲେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ୍ ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ଲଗାଇବା ନେଇ ଗାଇଡଲାଇନ ଜାରି କରାଯାଇଛି । ବୁଷ୍ଟର ଡୋଜ୍ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରଦାନ କରାଯିବ । ଗମ୍ଭୀର ବିମାରୀରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ମଧ୍ୟ ଏହା ଦିଆଯିବ । ଏଥିପାଇଁ କୌଣସି ପ୍ରକାର ସାର୍ଟିଫିକେଟ ଦେଖାଇବାର ଆବଶ୍ୟକତା ନାହିଁ । ଆଗକୁ ପାଞ୍ଚଟି ରାଜ୍ୟର ବିଧାନସଭାକୁ ନଜରରେ ରଖି ମଧ୍ୟ ଗାଇଡଲାଇନ ଜାରି କରାଯାଇଛି । ନିର୍ବାଚନ ଦାୟିତ୍ୱରେ ରହିଥିବା ଲୋକଙ୍କୁ କୋଭିଡ୍ ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ପ୍ରଦାନ କରାଯିବ । ଏନେଇ ସବିଶେଷ ସୂଚନା କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନରେ ପ୍ରଦାନ କରାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ୧୫ରୁ ୧୮ ବର୍ଷୀୟମାନେ ସିଧାସଳଖ ଭ୍ୟାକ୍ସିନ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ । ଏଥିପାଇଁ ଅନଲାଇନ ଆପଏଣ୍ଟମେଣ୍ଟ ନେଇପାରିବେ । ଯଦି ଭ୍ୟାକ୍ସିନର ସ୍ଲଟ ଉପଲବ୍ଧ ଥିବ, ତେବେ ସେଥିପାଇଁ କୌଣସି ଆପଏଣ୍ଟମେଣ୍ଟର ଦରକାର ନାହିଁ । ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିଯୁକ୍ତି କର୍ମଚାରୀଙ୍କୁ ଫ୍ରଣ୍ଟ ଲାଇନ ୱାର୍କର୍ସ ଭାବେ ବିବେଚନା କରାଯିବା ସହ ସେମାନଙ୍କୁ ବୁଷ୍ଟର ଡୋଜ୍ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.