fbpx
BSKY
BJD MC SKY
BJD MS SKY

ଓମିକ୍ରନ୍‌ ଆତଙ୍କ, ୧୧ ହଜାରରୁ ଅଧିକ ଫ୍ଲାଇଟ୍ କ୍ୟାନସଲ୍, ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ: ବିଶ୍ୱରେ ଚିନ୍ତା ବଢ଼ାଉଛି ଓମିକ୍ରନ୍‌ ସଂକ୍ରମଣ । ଦିନକୁ ଦିନ ଏହି ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି । ଆମେରିକା ଏବଂ ବ୍ରିଟେନ ସମେତ ଅନେକ ଦେଶରେ ଓମିକ୍ରନ ଆତଙ୍କ ମଧ୍ୟରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଥିଲାଗି ସରକାର କଟକଣା ଲାଗୁ କରିବାକୁ ବାଧ୍ୟ ହେଉଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଦେଶରେ ବିମାନ ଯାତ୍ରା ଉପରେ କଟକଣା ଜାରି କରାଯାଇଛି । ଗତ ଶୁକ୍ରବାର ଠାରୁ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୧୧ ହଜାର ୫ଶହରୁ ଅଧିକ ବିମାନ ବାତିଲ କରାଯାଇଛି । ଗତକାଲି ୩ହଜାର ବିମାନ ବାତିଲ ହୋଇଥିବା ବେଳେ ଆଜି ୧୧ଶହରୁ ଅଧିକ ବିମାନ ବାତିଲ ହୋଇଛି । ୧୦ ହଜାରରୁ ଅଧିକ ବିମାନ ବିଳମ୍ବରେ ଚାଲିଥିବା ସୂଚନା ମିଳିଛି । ଏଥିଯୋଗୁଁ ବିଦେଶକୁ ଛୁଟି କଟାଇବାକୁ ଯାଇ ଭାରତ ଫେରିବାକୁ ଚାହୁଁଥିବା ଅନେକ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ୟୁରୋପ ଓ ଆମେରିକାରେ କୋଭିଡ୍‌ ସଂକ୍ରମଣ ବଢିବା ପରେ ବିମାନ ଯାତ୍ରା ଉପରେ କଟକଣା ଜାରି କରାଯାଇଛି । ସେହିପରି ଆମେରିକାର ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ୍‌ ପକ୍ଷରୁ କୋଭିଡ୍‌ ଆକ୍ରାନ୍ତଙ୍କ ଆଇସୋଲେସନ ଅବଧିକୁ ହ୍ରାସ କରାଯାଇଛି । ଲକ୍ଷଣବିହୀନ କୋଭିଡ୍‌ ଆକ୍ରାନ୍ତ ଏବେ ୧୦ ଦିନ ବଦଳରେ ୫ଦିନ ଆଇସୋଲେସନ ରହିବେ । ଏହାପରେ ଅନ୍ୟମାନଙ୍କ ସହ ଥିବା ବେଳେ ୫ଦିନ ପର୍ଯ୍ୟନ୍ତ ଘରେ ବି ମାସ୍କ ପିନ୍ଧିବାକୁ କୁହାଯାଇଛି ।

Get real time updates directly on you device, subscribe now.