ଚାମ୍ପିୟନ୍ସ ଟ୍ରଫି ପାଇଁ BCCI ଓ PCB ସହ ଜରୁରୀ ବୈଠକ କରିବ ICC

ମୁମ୍ୱାଇ: ଚାମ୍ପିୟନ୍ସ ଟ୍ରଫି ୨୦୨୫ କୁ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର ପାକିସ୍ତାନ ପାଖରେ ଅଛି, କିନ୍ତୁ ଭାରତ ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯିବାକୁ ମନା କରିଦେଇଛି। ଏହି ସବୁ କଥାକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ, ଯେଉଁଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ପିସିବି) ମଧ୍ୟ ସାମିଲ ହେବେ।

ଏହି ବୈଠକ ମାଧ୍ୟମରେ ଚାମ୍ପିୟନ୍ସ ଟ୍ରଫି କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ରିପୋର୍ଟ ଅନୁଯାୟୀ, ଏହା ଆଇସିସିର ଏକ ଜରୁରୀ ବୈଠକ ହେବ, ଯାହା ନଭେମ୍ବର ୨୬ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବ। ଏହାବ୍ୟତୀତ ଆଇସିସିର ୧୫ ଜଣ ସଦସ୍ୟ ଟୁର୍ଣ୍ଣାମେଣ୍ଟର ଭବିଷ୍ୟତ ଉପରେ ଭୋଟ୍ ଦେବାକୁ ପ୍ରସ୍ତୁତ ଥିବା ସୂଚନା ମିଳିଛି। ଏହାବ୍ୟତୀତ ଏକ ହାଇବ୍ରିଡ୍ ମଡେଲକୁ ମଧ୍ୟ ବୁଝାମଣାକାରୀ ଭାବେ ଗ୍ରହଣ କରାଯାଇପାରିବ ବୋଲି ଜଣାପଡ଼ିଛି। ଏକ ନିରପେକ୍ଷ ସ୍ଥାନରେ ସେମିଫାଇନାଲ ୍ ଓ ଫାଇନାଲ୍ କୁ ବିଚାର କରାଯାଉଛି ବୋଲି ସୂଚନା ମିଳିଛି।

ଚାମ୍ପିୟନ୍ସ ଟ୍ରଫିକୁ ନେଇ ଉତ୍ତେଜନା। ସୂଚନାଯୋଗ୍ୟ, ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ ନାହିଁ ବୋଲି ଭାରତ ସରକାରଙ୍କ ପକ୍ଷରୁ ଅସ୍ୱୀକାର କରାଯାଇଛି। ତେବେ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ। ଏବେ ଆଇସିସି ବୈଠକରେ ଚାମ୍ପିୟନ୍ସ ଟ୍ରଫି କୁ ନେଇ କ’ଣ ନିଷ୍ପତ୍ତି ହୋଇଥାନ୍ତା ତାହା ଦେଖିବା ରୋଚକ ହେବ।