fbpx

WTC Final: ରୋମାଞ୍ଚକର ହେବ ଚତୁର୍ଥ ଦିନ, ହେଲେ ବର୍ଷା ବିଗାଡିପାରେ ପୂରା ଖେଳ, ଜାଣନ୍ତୁ ଆଜି କେମିତି ରହିବ ପାଣିପାଗ ?

Advertisement

ସାଉଥମ୍ପଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ରୋମାଞ୍ଚକର ମୋଡରେ ପହଞ୍ଚି ଯାଇଛି। ମ୍ୟାଚର ଫଳାଫଳ କୌଣସି ବି ଦଳ ସପକ୍ଷରେ ଯାଇପାରେ। ତୃତୀୟ ଦିନର ଖେଳ ସୁଦ୍ଧା ଭାରତଠୁ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ରହିଛି। କିନ୍ତୁ ଦୁନିଆର ନମ୍ବର ୨ ଦଳର ବୋଲିଂ ଆକ୍ରମଣକୁ ହାଲୁକାରେ ନିଆଯାଇ ପାରିବ ନାହିଁ। ମ୍ୟାଚର ଚତୁର୍ଥ ଦିନର ପ୍ରଥମ ସେସନ ଦୁଇ ଦଳ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। କିନ୍ତୁ ଏସବୁ ପାଣିପାଗ ଉପରେ ନିର୍ଭର କରେ। ଚତୁର୍ଥ ଦିନରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫାଇନାଲ ମୁକାବିଲାରେ ବର୍ଷା ଏ ପର‌୍ୟ୍ୟନ୍ତ ବାଧକ ସାଜି ଆସିଛି।

ପାଣିପାଗ ରିପୋର୍ଟ ଅନୁଯାୟୀ, ସାଉଥମ୍ପଟନରେ ସୋମବାର  ପୂରା ଦିନ ବର୍ଷା ହେବାର ସମ୍ଭାବନା ରହିଛି। କାରଣ ଆକାଶ ସଂପୂର୍ଣ୍ଣ ମେଘାଚ୍ଛନ ରହିଛି। ସୂର‌୍ୟ୍ୟ ଦୃଶ୍ୟମାନ ମଧ୍ୟ ହେବେ ନାହିଁ। ଯଦିଓ ବର୍ଷା ଛାଡିଯାଏ ତଥାପି ଖେଳ ହେବା ସମ୍ଭାବନା ଖୁବ୍ କମ ରହିଛି। ବର୍ଷା ଯୋଗୁଁ ଆଉଟ୍ ଫିଲ୍ଡ ଅଦା ରହୁଛି। ଏହାକୁ ସୁଖିବାରେ ଅଧିକ ସମୟ ଲାଗୁଛି। ବର୍ଷା ଖରାପ ପାଣିପାଗ କାରଣରୁ ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲର ଚତୁର୍ଥ ଦିନର ଖେଳ ବରବାଦ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ମ୍ୟାଚ୍ ଉପରେ ନଜର ପକାଇଲେ ଅଦ୍ୟାବଧି ନ୍ୟୁଜିଲାଣ୍ଡ ଦଳ ଭାରତଠୁ ସୁବିଧାଜନକ ସ୍ଥିତିରେ ରହିଛି। ଭାରତ ପ୍ରଥମ ଇନିଂସରେ ୨୧୭ ରନରେ ଅଲଆଉଟ୍ ହେବା ପରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୨ ଓ୍ଵିକେଟ୍ ହରାଇ ୧୦୧ ରନ କରିଛି। ଦଳ ଭାରତଠୁ ୧୧୬ ରନ ପଛରେ ରହିଛି ଏବଂ ହାତରେ ୮ ଓ୍ଵିକେଟ୍ ରହିଛି। ଅଧିନାୟକ କେନ ଓ୍ଵିଲିୟମସନ ଓ ରସ ଟେଲର ୦ କ୍ରିଜରେ ଅପରାଜିତ ଅଛନ୍ତି। ଓପନିଂ ବ୍ୟାଟସମ୍ୟାନ ଡେଭନ କନଓ୍ଵେ ୫୪ ରନର ଦମଦାର ଇନିଂସ ଖେଳିଥିବା ବେଳେ ଟମ ଲାଥମ ୩୦ ରନ କରିଥିଲ। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ଓ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

Get real time updates directly on you device, subscribe now.