ବଜେଟ ପରେ ଆଇସକ୍ରିମ, ଚକୋଲେଟ ଏବଂ କ୍ୟାଣ୍ଡିଜ୍ ହୋଇଯିବ କି ମହଙ୍ଗା? ଜାଣନ୍ତୁ ଡିଟେଲ୍ସ

ଆଇସକ୍ରିମ, ଚକୋଲେଟ ଏବଂ କ୍ୟାଣ୍ଡିଜ୍ ବଜେଟ ପରେ ମହଙ୍ଗା ହୋଇଯିବ କି? ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଆଜି ଉପସ୍ଥାପିତ ହେବାକୁ ଥିବା ସାଧାରଣ ବଜେଟ୍ 2025 ପୂର୍ବରୁ ଗତକାଲି ସଂସଦରେ ଦିଆଯାଇଥିଲା ଅର୍ଥନୈତିକ ସର୍ଭେ ରିପୋର୍ଟ।

ଏଥିରେ କୁହାଯାଇଥିଲା ଯେ, Ultra Processed Foods or ‘UPF’ ର ବ୍ୟବହାରକୁ ହ୍ରାସ କରିବା ପାଇଁ ସରକାର FSSAI ମାନଦଣ୍ଡ, ଅଧିକ ଜିଏସଟି ଦର ଲାଗୁ କରିବା ଏବଂ ସଚେତନତା ଅଭିଯାନ ସହ ଏକ ବହୁମୁଖୀ ପଦ୍ଧତି ଗ୍ରହଣ କରିବା ଆବଶ୍ୟକ।

ଅର୍ଥନୈତିକ ସର୍ଭେ ଡକ୍ୟୁମେଣ୍ଟରେ କୁହାଯାଇଛି ଯେ, ଭାରତରେ ଖାଦ୍ୟରେ ‘UPF’ର ବୃଦ୍ଧି ହେତୁ ଉଦବେଗକୁ ଦୂର କରିବା ପାଇଁ ଏକ ବହୁମୁଖୀ ଉପାୟ ଆବଶ୍ୟକ ହେବ।

ଅଲଟ୍ରା ପ୍ରୋସେସ୍‌ଡ ଫୁଡ ପ୍ରଡକ୍ଟରେ ଯେଉଁ ଖାଦ୍ୟ ପଦାର୍ଥ ରହିଥାଏ, ତାକୁ ଇଣ୍ଡଷ୍ଟ୍ରିଆଲ ପ୍ରୋସେସ ଜରିଆରେ ତାର ମୂଳ ରୂପରେ ପରିବର୍ତ୍ତନ କରାଯାଇଥାଏ। ଏଥିରେ ଅନେକ ଅତିରିକ୍ତ ସାମଗ୍ରୀଗୁଡ଼ିକ ରହିଥାଏ।

ଯେଉଁଥିରେ ଆର୍ଟିଫିସିଆଲ ଟେଷ୍ଟ, କଲର, ପ୍ରିର୍ଜଭେଟିଭ ଏବଂ ସ୍ୱିଟନେସ ସାମିଲ ରହିଥାଏ। କୋଲଡ୍ରିଙ୍କସ, ଚିପ୍ସ, କୁକିଜ, କ୍ୟାଣ୍ଡି ସମେତ ଅନେକ ଉତ୍ପାଦ ରହିଥାଏ।