ନୂଆଦିଲ୍ଲୀ: ICICI ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର। ଏହା ବିଷୟରେ ବ୍ୟାଙ୍କ ପୂର୍ବରୁ ହିଁ ଇମେଲ ପଠାଇ ସୂଚନା ଜାରି କରିଛି। ୧୪ ଡିସେମ୍ବର ରାତି ୧୧ଟା ୪୫ ରୁ ୧୫ ଡିସେମ୍ବର ସକାଳ ୬ଟା ପର୍ଯ୍ୟନ୍ତ ବ୍ୟାଙ୍କ ମେଣ୍ଟେନାନ୍ସର କାମ କରିବ। ଏହାର ପ୍ରଭାବ ବ୍ୟାଙ୍କର RTGS (ରିୟଲ ଟାଇମ ଗ୍ରାସ ସେଟେଲମେଣ୍ଟ ସର୍ଭିସ) ଉପରେ ପଡିବ। ଏହି ସମୟରେ RTGS ମାଧ୍ୟମରେ ଟଙ୍କା ବିନିମୟ ହୋଇପାରିବ ନାହିଁ। କଷ୍ଟମର୍ସ ଏହି ସମୟରେ iMobile ବା ଇଣ୍ଟରନେଟ ବ୍ୟାଙ୍କିଂ ସାହାଯ୍ୟରେ NEFT,IMPS ଏବଂ ୟୁପିଆଇ ଜରିଆରେ ଫଣ୍ଡ ଟ୍ରାନ୍ସଫର କରିପାରିବେ।
RTGS କ’ଣ:
RTGS ମନି ଟ୍ରାନ୍ସଫର କରିବାର ଏକ ପ୍ରକ୍ରିୟା, ଯେଉଁଥିରେ ଏକ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥାଏ। ଅନଲାଇନ ମୋଡ ଭଳି ଇଣ୍ଟରନେଟ ବ୍ୟାଙ୍କିଂ, iMobile Pay app ବା Pockets app ରୁ କରାଯାଉଥିବା RTGS ଉପରେ କୌଣସି ଚାର୍ଜ ପଡିବ ନାହିଁ। ଅର୍ଥାତ ବ୍ୟାଙ୍କ ଯେକୌଣସି ଶାଖାରୁ ୨ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ RTGS ଟ୍ରାଞ୍ଜାକ୍ସନ ଉପରେ ଜିଏସଟି ବ୍ୟତୀତ ୨୦ ଟଙ୍କା ଚାର୍ଜ ନିଆଯିବ।
ଏହା ବ୍ୟତୀତ ୫ ଲକ୍ଷ ଟଙ୍କାଠାରୁ ନେଇ ୧୦ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ ଉପରେ ୪୫ ଟଙ୍କା + GST ପେମେଣ୍ଟ କରିବାକୁ ପଡିବ। ବ୍ୟତୀତ ୨୦ ଟଙ୍କା ଚାର୍ଜ ନିଆଯାଇଥାଏ। ଫଣ୍ଡ ଟ୍ରାନ୍ସଫର ହେବା ମେସେଜ ମିଳିବାର ୩୦ମିନିଟ ଭିତରେ ଟଙ୍କା ଆସିଯାଇଥାଏ।