କଟକ,୧୮ା୨: ନେତାଜୀ ବସ୍ ଟର୍ମିନାଲରେ ଅଚଳାବସ୍ଥା ଜାରି ରହିଛି । ଫଳରେ ଯାତ୍ରୀମାନେ ନାନା ହଇରାଣ ହରକତ ହେଉଛନ୍ତି । ମେଣ୍ଟେନାନ୍ସ ସେବାରେ ଥିବା କର୍ମଚାରୀମାନେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ସୂଚନା ଥାଉକି, ପ୍ରାୟ ଦେଢ ଶହ କର୍ମଚାରୀ ଵସ୍ ଟର୍ମିନାଲରେ ପ୍ରଵେଶ, ପ୍ରସ୍ଥାନ ପଥରେ ଯାଞ୍ଚ,ଟିକେଟ ଵୁକିଂ,ପ୍ରଵେଶ ପ୍ରସ୍ଥାନରେ ଗାଡି ନିୟନ୍ତ୍ରଣ, ଶୌଚାଳୟ ସଫାସୁତୁରା ଓ ଆହାର କେନ୍ଦ୍ରର ରକ୍ଷଣାବେକ୍ଷଣ କାମରେ ନିୟୋଜିତ ଅଛନ୍ତି । ମାତ୍ର ସମ୍ପୃକ୍ତ ସଂସ୍ଥା କର୍ମଚାରୀମାନଙ୍କୁ ନିୟମିତ ଭାବେ ଦରମା, ପ୍ରୋଭିଡେଣ୍ଟ ଫଣ୍ଡ,ଇଏସ୍ ଆଇ ଓ ଗ୍ରାଚ୍ୟୁଟି ଆଦି ଦେଉ ନଥିବା ଅଭିଯୋଗ କରି କର୍ମଚାରୀମାନେ ଆଜି କାର୍ଯ୍ୟଵନ୍ଦ ଆନ୍ଦୋଳନ କରିଛନ୍ତି ।