fbpx

‘ଯଦି ଜଣେ ହିନ୍ଦୁ ପୁଅ ଜଣେ ହିନ୍ଦୁ ଝିଅକୁ ମିଛ କହୁଛି, ତେବେ ଏହାକୁ ମଧ୍ୟ ଜିହାଦ କୁହାଯିବ’: ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା

Advertisement

ଗୌହାଟୀ: ଯଦି ଜଣେ ହିନ୍ଦୁ ପୁଅ ଜଣେ ହିନ୍ଦୁ ଝିଅକୁ ମିଛ କହୁଛି, ତେବେ ଏହାକୁ ମଧ୍ୟ ଜିହାଦ କୁହାଯିବ । ଏଭଳି ଏକ ବୟାନ ଦେଇଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା | ସେ କହିଛନ୍ତି ଯେ, ହିନ୍ଦୁତ୍ୱ ୫୦୦୦ ବର୍ଷ ପୁରୁଣା ଏବଂ ଏହା ଜୀବନ ବଂଚିବାର ଶୈଳୀ ଶିଖାଇଥାଏ । ଅଧିକାଂଶ ଧର୍ମର ଅନୁଗାମୀମାନେ ହିନ୍ଦୁମାନଙ୍କର ବଂଶଧର ହୋଇଥିବାବେଳେ ହିନ୍ଦୁତ୍ୱକୁ ହଟାଇ ଯାଇପାରିବ ନାହିଁ, କାରଣ ଏହାକୁ ହଟାଇଲେ ନିଜର ମୂଳ ଏବଂ ମାତୃଭୂମିଠାରୁ ଦୂରେଇ ଯିବା ଭଳି ହେବ | ଖୁବ ଶୀଘ୍ର କ୍ୟାବିନେଟ ମଧ୍ୟ ଏହା ବିରୋଧରେ ଆଇନ ଆଣିବାକୁ ଯାଉଛି ।

ଲଭ ଜିହାଦ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଏହି ଶବ୍ଦ(ଲଭ ଜିହାଦ) ଉପରେ ତାଙ୍କର ଆପତ୍ତି ରହିଛି। କିନ୍ତୁ ମହିଳାଙ୍କୁ ଠକିବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ହିନ୍ଦୁ ହେଉ କିମ୍ବା ମୁସଲମାନ ହେଉ କୌଣସି ମହିଳାଙ୍କୁ ପ୍ରତାରଣା କରିବାକୁ ସରକାର ବରଦାସ୍ତ କରିବେ ନାହିଁ। ଆମ ଭଉଣୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏଭଳି ଅପରାଧୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” |

ଶର୍ମା କହିଛନ୍ତି ଯେ, ପଡୋଶୀ ରାଜ୍ୟ ସହ ସୀମା ତିକ୍ତତା ଉପରେ ଉଭୟ ଆସାମ-ନାଗାଲାଣ୍ଡ ଏବଂ ଆସାମ-ମିଜୋରାମ ସୀମାରେ କିଛି ତିକ୍ତତା ଚାଲିଛି । ଆମର ସାମ୍ବିଧାନିକ ସୀମା ରକ୍ଷା ପାଇଁ ଆସାମ ପୁଲିସ ନିୟୋଜିତ ଅଛନ୍ତି । ଉତ୍ତର-ପୂର୍ବର ପ୍ରବେଶ ପଥ ହୋଇଥିବାରୁ ଆମେ ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ରହିଥାଉ କିନ୍ତୁ ଆମ ଜମିକୁ ଅଧିଗ୍ରହଣ ଆଦୌ ଗ୍ରହଣୀୟ ନୁହେଁ |

Get real time updates directly on you device, subscribe now.