CHARIDHAM

ମଣିପୁର ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ପ୍ରସଙ୍ଗରେ ସରକାର କାର୍ଯ୍ୟାନୁଷ୍ଠାନ ନକଲେ ଆମେ କରିବୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଲାଇବା ଘଟଣାର ସଜ୍ଞାନ ନେଇଛନ୍ତି ସୁପ୍ରିମକୋର୍ଟ । ଘଟଣାର ଭିଡିଓ ଭାଇରାଲ ହେବା ପରେ ଏହା ବ୍ୟଥିତ କରିଥିବା ବେଳେ କୌଣସି ସାମ୍ବିଧାନିକ ଗଣତାନ୍ତ୍ରରେ ଏହା ସମ୍ପୁର୍ଣ୍ଣ ଅଶ୍ୱିକାର୍ଯ୍ୟ ବୋଲି କହିଛନ୍ତି ମୁଖ୍ୟ ବିଚାରପତି ଡିୱାଇ. ଚନ୍ଦ୍ରଚୂଡ଼, ବିଚାରପତି ପିଏମ୍‌. ନରସିହ୍ମା, ଏବଂ ବିଚାରପତି ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏହି ଭିଡିଓର ସଜ୍ଞାନ ନେଇ ଏବଂ କେନ୍ଦ୍ର ତଥା ମଣିପୁର ସରକାରଙ୍କୁ ତୁରନ୍ତ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।

କୋର୍ଟ କହିଛନ୍ତି ଯେ, ଉତ୍ତେଜନାପୁର୍ଣ୍ଣ ମହୁର୍ତ୍ତରେ ହିଂସା ଘଟାଇବା ପାଇଁ ମହିଳା ମାନଙ୍କୁ ହତିଆର ରୂପେ ବ୍ୟବହାର କରିବା ସମ୍ପୁର୍ଣ୍ଣ ଭାବେ ଅଶ୍ୱକାର୍ଯ୍ୟ ଏବଂ ଏହି ଦୃଶ୍ୟ ସମ୍ବିଧାନ ଏବଂ ମାନବିକାତାର ସମ୍ପୁର୍ଣ୍ଣ ଉଲଂଘନ । ପ୍ରଧାନ ବିଚାରପତି ଘଟଣାକକୁ ନେଇ କହିଛନ୍ତି ଯେ, ମୋତେ ଲାଗୁଛି ଯେ, ବର୍ତ୍ତମାନ ସମୟରେ ସରକାର ଆଗକ ଆସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । କାରଣ ଏହା ସମ୍ପୁର୍ଣ୍ଣ ଅଶ୍ୱିକାର୍ଯ୍ୟ । ଏଥିପାଇ କୋର୍ଟ ସରକାରଙ୍କୁ କିଛି ସମୟ ଦେବେ, ଯଦି ଗ୍ରାଣ୍ଡରେ ଏହାର କୌଣସି ପ୍ରଭାବ ନଦିଶେ ତେବେ ଆମେ କାର୍ଯ୍ୟନୁଷ୍ଠାନ କରିବୁ ।