fbpx
BJD SKY
BJD SKY

ଘରୁ ଓ ଅଫିସରୁ ମଶା ବାହାରିଲେ ବିଏମସି କାଟିବ ଫାଇନ

BJD

ଭୁବନେଶ୍ୱର; ରାଜଧାନୀ ଭୁବନେଶ୍ୱରରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଯାହା ବିଏମସି ପାଇଁ ଏବେ ପାଲଟିଛି ଏକ ଚିନ୍ତାର ବିଷୟ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୯୨୪ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ୪୨୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ଡେଙ୍ଗୁ ଦ୍ୱାରା ୨ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ତେବେ ଏଭଳି ପରିସ୍ଥିତିରେ ଡେଙ୍ଗୁକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱର ମହାନଗର(ବିଏମସି) ପକ୍ଷରୁ ନିଆଯାଇଛି ଏକ ନୂଆ ପଦକ୍ଷେପ । ସହରର ଘର ଘର ବୁଲି ମଶା ଯାଞ୍ଚ କରିବ ବିଏମସି । ଯଦି ଘରେ ଡେଙ୍ଗୁ ମଶା ପାଇଁ ପରିବେଶ ଥାଏ ତାହେଲେ ଆପଣଙ୍କ ପାଖରୁ ୧୦୦୦ ଟଙ୍କା ଫାଇନ କାଟିବ ବିଏମସି । ସେହିପରି ବ୍ୟାସାୟିକ ପ୍ରତିଷ୍ଠାନ, ଅଫିସ ଆଦି କୋଠାରେ ଯଦି ଏଭଳି ପରିବେଶ ଥାଏ ତାହେଲେ ଆପଣଙ୍କ ଠାରୁ ୫୦୦୦ ଟଙ୍କା ଫାଇନ କଟାଯିବ । ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ।

ବିଏମସି ଟିମ୍ ତରଫରୁ ଆସନ୍ତା ୧୫ ତାରିଖ ପରେ ପ୍ରତି ଘର ଘର ବୁଲି ମଶା ଯାଞ୍ଚ କରାଯିବ । ଏଥିସହ ପ୍ରତି ୱାର୍ଡରେ ଏକ ସର୍ଭେଲାନ୍ସ ଟିମ୍ ଡେଙ୍ଗୁ ସ୍ଥିତି ଯାଞ୍ଚ କରିବା ସହ ସଚେତନତା ସୃଷ୍ଟି କରାଇବେ ଓ ମଶାର ଉତ୍ପତ୍ତିସ୍ଥଳ ଉପରେ ରୋକ ଲଗାଇବେ ।

ଅନ୍ୟପଟେ ସହରରେ ଘାସ ଓ ଅନାବନା ଗଛ କାଟିବା ( ବୁଶ୍ କଟିଂ)କୁ ବି କଡାକଡି କରିବା ପାଇଁ ସମ୍ପୃକ୍ତ ସଫେଇ ସଂସ୍ଥାଙ୍କୁ ବି ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠାରେ ସଫେଇ ସଂସ୍ଥା ବୁଶ୍ କଟିଂ କରିନଥିବେ, ତାହା ବିଏମସି କରିବ ଓ ଆବଶ୍ୟକୀୟ ଖର୍ଚ୍ଚ ସମ୍ପୃକ୍ତ ସଂସ୍ଥାକୁ ବହନ କରିବାକୁ ପଡିବ ବୋଲି ଏନେଇ ସୂଚନା ଦେଇଛି ବିଏମିସି ।

 

Get real time updates directly on you device, subscribe now.