ନୂଆଦିଲ୍ଲୀ: ଡାଇବେଟିସ୍ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା। ଯାହାକି ଏବେ ଘରେ ଘରେ ଦେଖିବାକୁ ମିଳିଲାଣି। ସେ କମ୍ ବୟସର ଛୋଟ ପିଲା ହୁଅନ୍ତୁ କିମ୍ୱା ବୟସ୍କ ବ୍ୟକ୍ତି, ସମସ୍ତଙ୍କ କ୍ଷେତ୍ରରେ ଏବେ ଡାଇବେଟିସ୍ ଦେଖିବାକୁ ମିଳୁଛି।
ହେଲେ ଆପଣମାନେ ଜାଣିଛନ୍ତି ଯଦି ବାପାଙ୍କର ଡାଇବେଟିସ ଅଛି ତାହାଲେ କ’ଣ ପିଲାମାନଙ୍କୁ ବି ଡାଇବେଟିସ ହୁଏ। ନା ବାପାଙ୍କ ଡାଇବେଟିସ କାରଣ ପାଇଁ ପିଲାମାନଙ୍କୁ ଅନ୍ୟ କୌଣସି ରୋଗ ହୁଏ। ଯାହାକୁ ନେଇ ବିଶେଷଜ୍ଞମାନେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।
ଡାଇବେଟିସ୍: ଡାଇବେଟିସ୍ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ସାମ୍ନାକୁ ଆସୁଛି, ଯାହା ସମସ୍ତ ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଉଥିବା ଏହି ରୋଗ ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ। ଏହି କାରଣରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସବୁବେଳେ ଶର୍କରାକୁ ନିୟନ୍ତ୍ରଣରେ ରଖିବା ପାଇଁ ପରାମର୍ଶ ଦିଅନ୍ତି।
ଅଭିଭାବକଙ୍କୁ ହୋଇଥିଲେ ଡାଇବେଟିସ୍: ଯେଉଁମାନଙ୍କ ପରିବାରରେ ପୂର୍ବରୁ କାହାଙ୍କୁ, ବିଶେଷ ଭାବେ ମା କିମ୍ବା ପିତାଙ୍କୁ ଯଦି ଡାଇବେଟିସ୍ ହୋଇଥିବ, ସେମାନଙ୍କୁ ଏହି ରୋଗର ଆଶଙ୍କା ଅଧିକ ରହିଛି।
ଏପରି ଲୋକଙ୍କୁ ନିୟମିତ ସୁଗାର ଟେଷ୍ଟ କରିବା, ଜୀବନଶୈଳୀକୁ ସୁଧାରିବା ଏବଂ ଖାଦ୍ୟପେୟରେ ଉନ୍ନତି ଆଣିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି।
ବିଶେଷଜ୍ଞମାନେ କହିଛନ୍ତି ଯେ ଡାଇବେଟିସ୍ର ପ୍ରାରମ୍ଭିକ ପର୍ଯ୍ୟାୟ ବା ପ୍ରି-ଡାଇବେଟିସ୍ରେ କିଛି ଲକ୍ଷଣ ଦେଖାଦେଇଥାଏ, ଯାହା ସୂଚାଇଥାଏ ଯେ ଆପଣଙ୍କ ରକ୍ତ ଶର୍କରା ସ୍ତର ସାଧାରଣଠାରୁ ଅଧିକ, କିନ୍ତୁ ଏପର୍ଯ୍ୟନ୍ତ ଡାଇବେଟିସ୍ ନିଶ୍ଚିତ ହୋଇନାହିଁ।
ଏହି ଲକ୍ଷଣଗୁଡ଼ିକୁ ଚିହ୍ନିବା ଏବଂ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ। ଯଦି ଡାଇବେଟିସ୍ର ଶୀଘ୍ର ଚିହ୍ନଟ କରାଯାଇ ଏବଂ ଚିକିତ୍ସା ଆରମ୍ଭ କରାଯାଏ, ତେବେ ଗୁରୁତର ଡାଇବେଟିସ୍ ଠାରୁ ରକ୍ଷା ପାଇପାରିବେ।
ଡାଇବେଟିସ୍ ଲକ୍ଷଣ: ବାରମ୍ବାର ଶୋଷ ଓ ପରିସ୍ରା ଲାଗିବା ଭଲ ଲକ୍ଷଣ ନୁହେଁ। ଯଦି ଆପଣଙ୍କୁ ଲଗାତାର ଏବଂ ଅତ୍ୟଧିକ ଶୋଷ ଲାଗୁଛି, ତେବେ ଏହା ରକ୍ତ ଶର୍କରା ସ୍ତର ବୃଦ୍ଧିର ସଙ୍କେତ ହୋଇପାରେ। ଅଧିକ ଶୋଷକୁ ଚିକିତ୍ସା ଭାଷାରେ ‘ପଲିଡିପ୍ସିଆ’ କୁହାଯାଏ।
ଉଚ୍ଚ ଶର୍କରା ମାତ୍ରା ଯୋଗୁଁ କିଡ୍ନିକୁ ଶରୀରରୁ ଅତିରିକ୍ତ ଶର୍କରା ଛାଣି ବାହାର କରିବାକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ, ଯାହାଦ୍ୱାରା ଶରୀରର ତରଳ ପଦାର୍ଥ ବାହାରିଯାଏ ଏବଂ ଡିହାଇଡ୍ରେସନ୍ ହୋଇଥାଏ।
ଫଳରେ ଶୋଷ ଅଧିକ ଲାଗିଥାଏ। ସେହିପରି ବାରମ୍ବାର ପରିସ୍ରା ଲାଗିବା ମଧ୍ୟ ଉଚ୍ଚ ରକ୍ତ ଶର୍କରାର ଏକ ଲକ୍ଷଣ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଓଜନ ହ୍ରାସ ଓ ଥକ୍କାପଣ: କୌଣସି ବିନା କାରଣରେ ଯଦି ଆପଣଙ୍କ ଓଜନ ସ୍ୱାଭାବିକ ଠାରୁ ଅଧିକ କମିଯାଉଛି ତେବେ ଏହା ଅନେକ ରୋଗର ସଙ୍କେତ ହୋଇପାରେ। ଯାହା ଡାଇବେଟିସ୍ ବା ଏହାର ଆରମ୍ଭର ଲକ୍ଷଣ ମଧ୍ୟ ହୋଇପାରେ।
ଓଜନ ହ୍ରାସ ସହିତ ଲଗାତାର ଥକ୍କାପଣ ଅନୁଭବ ହେବା ମଧ୍ୟ ଭଲ ସଙ୍କେତ ନୁହେଁ। କୋଷଗୁଡ଼ିକରେ ଗ୍ଲୁକୋଜ୍ର ଅଭାବ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ। ଏପରି ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ସୁଗାର ଟେଷ୍ଟ କରାନ୍ତୁ।