CHARIDHAM

ପଇସା ପଠାଇବା ସମୟରେ ଏହା ଭୁଲ୍ ଆକାଉଣ୍ଟକୁ ଚାଲିଗଲେ ଆପଣ ଏହା ଫେରିପାଇବେ କି ନା? କଣ କହିଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆସନ୍ତୁ ଜାଣିବା

ବେଳେ ବେଳେ ଆମେ ସଂପର୍କୀୟ, ବନ୍ଧୁ ବାନ୍ଧବ କିମ୍ବା ଚିହ୍ନା ପରିଚିତଙ୍କ ପାଖକୁ ପଇସା ପଠାଇବା ସମୟରେ ଏହା ଭୁଲ୍ ଆକାଉଣ୍ଟକୁ ଚାଲିଯାଏ । ଏହାକୁ ନେଇ ଆମେ ବହୁତ ବ୍ୟସ୍ତ ହୋଇଯାଉ । ଆମେ ସେହି ପଇସା ଫେରି ପାଇବୁ କି ନା ସନ୍ଦେହରେ ପଡିଯାଉ ।
ଆଜିକାଲି ତ ଅନଲାଇନ୍ରେ ପଇସା ଟ୍ରାନ୍ସଫର କରିବା ଓ ଟ୍ରାନଜାକସନ୍ କରିବା ଏକ ସାଧାରଣ କଥା ହୋଇଗଲାଣି । ବହୁ ସମୟରେ ଆମେ ପଇସା ଟ୍ରାନ୍ସଫର କରିବା ସମୟରେ ଏହା ଭୁଲ୍ ଆକାଉଣ୍ଟକୁ ଚାଲିଯାଏ । କିନ୍ତୁ ଏହାପରେ କଣ ପଇସା ଆପଣଙ୍କ ଆକାଉଣ୍ଟକୁ ଫେରି ଆସିପାରିବ କିମ୍ବା ଆସିପାରିବ ନାହିଁ ସେ ବିଷୟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କଣ କହିଛି ଆସନ୍ତୁ ଜାଣିବା ।

ତେବେ ଜଣେ ଗ୍ରାହକଙ୍କ ଅଭିଯୋଗ ଉପରେ ଟୁଇଟ୍ କରି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏ ବିଷୟରେ ଉତ୍ତର ରଖିଛିି । ବ୍ୟାଙ୍କ କହିଛି ଯଦି କୌଣସି ଗ୍ରାହକ ଭୁଲ୍ ଆକାଉଣ୍ଟରେ ପଇସା ପଠାଇ ଦେଉଛି , ତେବେ ହୋମ୍ ବ୍ରାଞ୍ଚ ବିନା କୌଣସି ଆର୍ଥିକ ଦଣ୍ଡରେ ଦ୍ୱିତୀୟ ବ୍ୟାଙ୍କ ସହିତ ଯୋଗାଯୋଗ ଆରମ୍ଭ କରି ଦେଇଥାଏ । କିନ୍ତୁ ଏଥିପାଇଁ ଆପଣଙ୍କୁ ଅଭିଯୋଗ ଦାଖଲ କରିବାକୁ ପଡିବ ।

ବ୍ୟାଙ୍କ କହିଛି ଏହି ସମ୍ବନ୍ଧୀୟ କୌଣସି ବି ସମସ୍ୟା ସାମ୍ନା କରୁଛନ୍ତି ତ ଏଚ୍ଟିଟିପି:/ସିଆର୍ସିଏଫ୍.ଏସବିଆଇ.କମ୍.ଇନ୍/ସିସିଏଫ୍ ଜରିଆରେ ଅଭିଯୋଗ ଦାଖଲ କରିପାରିବେ । ତଥାପି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଡିଜିଟାଲ୍ ଟ୍ରାନ୍ଜାକ୍ସନ ପୂର୍ବରୁ ସମସ୍ତ ଡିଟେଲସ୍ ଭଲ ଭାବରେ ଚେକ୍ କରି ନେବାକୁ । ଏହା ସହିତ ବ୍ୟାଙ୍କ କହିଛି ଗ୍ରାହକଙ୍କ କୌଣସି ଭୁଲ୍ ଲାଗି ବ୍ୟାଙ୍କ ଦାୟୀ ରହିବ ନାହିଁ । କୌଣସି ବି ଅନଲାଇନ୍ ଟ୍ରାନ୍ଜାକ୍ସନ ପୂର୍ବରୁ ଲାଭାର୍ଥୀର ଖାତା ନମ୍ବର ଓ ଆଇଏଫ୍ସି କୋଡ୍ କୁ ଦୁଇ ଥର ଭଲ ଭାବରେ ଯାଞ୍ଚ କରିବାକୁ ବ୍ୟାଙ୍କ କହିଛି ।