fbpx

ହିଜାବ ବିବାଦ: ‘ଡ୍ରେସ କୋଡ୍ ଯଦି ଅଛି ତେବେ ସ୍କୁଲ-କଲେଜରେ ତାକୁ ହିଁ ପିନ୍ଧିବା ଦରକାର’- ଆଦିତ୍ୟ ଠାକରେ

ମୁମ୍ବାଇ: କର୍ଣ୍ଣାଟକର ହିଜାବ ବିବାଦ ଖୁବ୍ ଜୋରରେ ଦେଶବ୍ୟପୀ ତେଜିବାରେ ଲାଗିଛି । ଏହା ଭିତରେ ଅନେକ ବରିଷ୍ଠ ନେତା ହିଜାଜ ବିବାଦକୁ ନେଇ ନିଜ ନିଜ ମତ ପ୍ରକାଶ କରୁଛନ୍ତି । ଏହି କ୍ରମରେ ଶିବସେନା ମଧ୍ୟ ନିଜର ପକ୍ଷ ରଖିଛି । ଶିବସେନାର କହିବା କଥା ଯେ, ଯଦି ସ୍କୁଲ୍ କଲେଜ୍ ରେ ଡ୍ରେସ୍ କୋଡ୍ ରହିଛି ତାହେଳେ ବିଦ୍ୟାର୍ଥୀ ମାନେ ତାକୁ ପିନ୍ଧିବା ଆବଶ୍ୟକ । ବୁଧବାର ଦିନ ଶିବସେନାର ଆଦିତ୍ୟ ଠାକରେ ଏହିଭଳି ମତ ରଖିଛନ୍ତି ।

ବୁଧବାର ଦିନ ସେ ନିଜ ପକ୍ଷର ମତ ରଖି କହିଥିଲେ ଯେ, “ମୋର କହିବା କଥା ଯେ, ଯଦି କେଉଁଠି ପୋଷାକ ନିର୍ଦ୍ଧାରିତ ରହିଛି ତାହେଲେ ତାର ଅନୁପାଳନ କରିବା ଜରୁରୀ । ସ୍କୁଲ କଲେଜ୍ ରେ କୌଣସି ଧାର୍ମିକ ବିବାଦ ନରହିବା ଦରକାର” ।

ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକର ହିଜାବ ବିବାଦର ସ୍ୱର ଏବେ ସମଗ୍ର ଦେଶରେ ଶୁଣିବାକୁ ମିଳୁଛି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମହିଳାଙ୍କ ପୋଷାକକୁ ନେଇ ସମର୍ଥନ କରିଛନ୍ତି । କିନ୍ତୁ କେନ୍ଦ୍ର ମନ୍ତ୍ରୀ ମୁଖ୍ତାର ଅଭ୍ୟାସ୍ ନକଭୀ ପୋଷାକ ପ୍ରସଙ୍ଗକୁ ସାମ୍ପ୍ରଦାୟୀକ ରୂପ ଦିଆଯାଉଥିବା ନେଇ ଆଲୋଚନା କରିଛନ୍ତି । ଅନ୍ୟପଟେ କର୍ଣ୍ଣାଟକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିଥିବା ଯୁବତୀ ଓ ଗାମୁଛା ପିନ୍ଧିଥିବା ଯୁବକ ମାନେ ସାମନା-ସାମନୀ ହେବା ପରେ ବିବାଦ ଆହୁରି ବଢ଼ିଯାଇଛି । ସମସ୍ତ ଶିକ୍ଷାନୁଷ୍ଠାନରେ ୧୪୪ ଧାରା ଲାଗୁ ହୋଇଛି ।

Get real time updates directly on you device, subscribe now.