fbpx

ଟ୍ରେନରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣା କମାଇବାକୁ ରେଲୱେର ନୂଆ ପ୍ରୟାସ, ଧୂଆଁ ଉଠିିବା ମାତ୍ରକେ ସ୍ୱତଃ ଆରମ୍ଭ ହୋଇଯିବ ପାଣି ସିଞ୍ଚନ

ଗୋରଖପୁର: ଦେଶରେ ଟ୍ରେନ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ଜୀବନର ସୁରକ୍ଷା ଲାଗି ଭିନ୍ନ ଭିନ୍ନ ନୂଆ କୌଶଳମାନ ପ୍ରୟୋଗ କରିବାରେ ଲାଗିଛନ୍ତି । ଏହି କ୍ରମରେ ଏବେ ଟ୍ରେନ ବଗିଗୁଡିକୁ ହାଇଟେକ୍ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିମଧ୍ୟରୁ ଗୋଟିଏ ପ୍ରକ୍ରିୟା ଏପରି ରହିଛି ଯେଉଁଥିରେ କୋଚ୍‌ରେ ଲାଗିଥିବା ଫାୟାର ଆଣ୍ଡ ସ୍ମୋକ ଡିଟେକ୍ସନ ସିପ୍ର୍ରେସନ ସିଷ୍ଟମ(ଅଗ୍ନି ନିରୋଧୀ ବ୍ୟବସ୍ଥା)କୁ ଚାଲୁ କରିବା ଲାଗି ଏଣିକି ଆଉ ବଟନ ଦବାଇବାକୁ ପଡିବ ନାହିଁ । ଏହାକୁ ଏବେ ଆହୁରି ହାଇଟେକ୍ ଉପାୟରେ କୋଚ୍‌ରେ ସଂଲଗ୍ନ କରାଯିବ । ଫଳରେ ଧୂଆଁ ଉଠିବା ମାତ୍ରକେ ଏହା ସ୍ୱତଃ ପାଣି ସିିଞ୍ଚନ କରିବ ଫଳରେ ଅଗ୍ନିକାଣ୍ଡ ଜନିତ କୌଣସି ବଡ ଦୁର୍ଘଟଣାକୁ ସହଜରେ ରୋକାଯାଇ ପାରିବ ।

ବିଗତ ଦିନ ମାନଙ୍କରେ ଟ୍ରେନରେ ନିଆଁ ଲାଗି ବହୁ ଜନଜୀବନ କ୍ଷତି ହେବା ଭଳି ଘଟଣା ସାମ୍ନାକୁ ଆସିଛି । ଟ୍ରେନରେ ଅଗ୍ନି ନିର୍ବାପନ କରିବା ଲାଗି ଫାୟାର ଆଣ୍ଡ ସ୍ମୋକ ଡିଟେକ୍ସନ ସିପ୍ରେସନ ସିଷ୍ଟମ ଲଗାଯାଇଛି । କିନ୍ତୁ ପୂର୍ବରୁ ଏହାକୁ ବଟନ ଦବାଇ ଚାଲୁ କରିବାକୁ ହେଉଥିଲା । କିନ୍ତୁ ଏଣିକି ବଗିରେ ଅଟୋମେଟିକ ଫାୟାର ଆଣ୍ଡ ସ୍ମୋକ ଡିଟେକ୍ସନ ସିପ୍ରେସନ ସିଷ୍ଟମ ଲଗାଯିବ । ଫଳରେ ଟ୍ରେନରେ ଧୂଆଁ ଉଠିବା ଦେଖାଯିବା ମାତ୍ରକେ ଏହି ଅଟୋମେଟିକ ସିଷ୍ଟମ ପାଣି ସ୍ପ୍ରେ କରିବା ଆରମ୍ଭ କରିଦେବ ।

Get real time updates directly on you device, subscribe now.