ଲାଉଡସ୍ପିକରରେ ଅଜାନ ବାଜିଲେ ଆମେ ପଢ଼ିବୁ ହନୁମାନ ଚାଲିଶା, ରାଜ ଠାକରେଙ୍କ ଘୋଷଣା

ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ମଙ୍ଗଳବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଘୋଷଣା କରିଛନ୍ତିି ଯେ କାଲି ଅର୍ଥାତ୍ ୪ ମେ ରେ ଯେଉଁସ୍ଥାନରେ ଲାଉଡସ୍ପିକରରେ ଅଜାନ ବାଜିବ ସେହି ସ୍ଥାନରେ ଲାଉଡସ୍ପିକରରେ ହନୁମାନ ଚାଲିଶା ପାଠ କରାଯିବ । ସେ ସବୁ ହିନ୍ଦୁ ଭାଇଙ୍କୁୂ ଏଥିରେ ସହଯୋଗ ପାଇଁ ଅପିଲ କରିଛନ୍ତି ।

ମଙ୍ଗଳବାର ରାଜ ଠାକରେ ଏକ ପ୍ରେସ୍ ରିଲିଜ କାରି କରି କହିଛନ୍ତି ଯେ ମୁଁ ସବୁ ହିନ୍ଦୁଙ୍କୁ ଅପିଲ କରୁଛି ଯେ ମେ ୪ ରେ ଯଦି ଆପଣ ଲାଉଡସ୍ପକରରେ ଅଜାନ ବାଜୁଥିବାର ଶୁଣୁଛନ୍ତି, ତେବେ ସେହି ସ୍ଥାନରେ ଲାଉଡସ୍ପିକରେ ହନୁମାନ ଚାଲିଶା ବଜାନ୍ତୁ । ସେତେବେଳ ଯାଇ ଲାଉଡସ୍ପିକର ଯୋଗୁଁ ହେଉଥିବା ଅସୁବିଧା ସେମାନଙ୍କୁ ଜଣାପଡ଼ିବ । ରାଜ ଠାକରେ କହିଛନ୍ତି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରୁଛି ଯେ ପୂର୍ବରୁ ଶିବସେନା ମୁଖ୍ୟ ହିନ୍ଦୁ ହୃଦୟ ସମ୍ରାଟ ବାଲାସାହେବ ଠାକରେ କହିଥିଲେ ଯେ ସବୁ ଲାଉଡସ୍ପିକରଙ୍କୁ ଚୁପ୍ କରିବା ଆବଶ୍ୟକ । ଆଜି ମୁଁ ସେହି ସ୍ୱପ୍ନକୁ ପୂରଣ କରୁଛି ।

ଔରଙ୍ଗାବାଦ ପୋଲିସ ରାଜ ଠାକରେଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଏବେ ଏମଏନଏସ ନେତାମାନେ ଉଦ୍ଧବ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ରାଜ ଠାକରେଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୁଏ ତେବେ ସେମାନେ ରାସ୍ତାକୁ ଓହ୍ଲାଇବେ ଏବଂ ଆନ୍ଦୋଳନ କରିବେ । ସୂଚନାଯୋଗ୍ୟ, ମେ ୧ ରେ ଔରଙ୍ଗାବାଦରେ ରାଜ ଠାକରେ ଭାଷଣ ଦେଇଥିଲେ ଯେ ଯଦି ମେ ୪ ପର୍ଯ୍ୟନ୍ତ ମସଜିଦରୁ ଲାଉଡସ୍ପିକର ନ ହଟାଯାଏ ତେବେ ମସଜିଦ ବାହାରେ ହନୁମାନ ଚାଲିଶା ବାଜିବ ।

Get real time updates directly on you device, subscribe now.