fbpx

ବାସ୍ତୁ ଟିପ୍ସ: ଘର ବାହାରେ ଏହି ଜିନିଷ ରଖିଲେ ହୋଇଯିବେ ଗରିବ , ପ୍ରତ୍ୟେକ କାର୍ଯ୍ୟରେ ଆସିବ ବିଘ୍ନ

ହିନ୍ଦୁ ଧର୍ମରେ ଜ୍ୟେତିଷ ଶାସ୍ତ୍ର ପରି ବାସ୍ତୁ ଶାସ୍ତ୍ରର ମଧ୍ୟ ଅନେକ ମହତ୍ୱ ରହିଛି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ଡିଜାଇନ୍ ଏବଂ ଏହାକୁ ରଖିବାର ଉପାୟ ଘର ଏବଂ ବ୍ୟକ୍ତିର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ତେବେ ଘରେ ଯଦି ବାସ୍ତୁ ଦୋଷ ଅଛି ଏହା ପ୍ରତ୍ୟେକ କାର୍ଯ୍ୟରେ ବିଘ୍ନ ସୃଷ୍ଟି କରିଥାଏ । ଯାହାଫଳରେ ଘରେ ଆର୍ଥିକ ସମସ୍ୟା ସହ ଅନ୍ୟାନ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଆଗରେ ଏପରି କିଛି ଜିନିଷ ଥାଏ ଯାହା ଆପଣଙ୍କୁ ଦାରିଦ୍ର କରିପାରେ । ବର୍ତ୍ତମାନ ଆସନ୍ତୁ ଜାଣିବା ଘର ।ଗରେ କେଉଁ ଜିନିଷ ରହିଲେ ଏହା ଘରେ ଦାରିଦ୍ର ଆଣିଥାଏ ।

ଅଳିଆ ଗଦା( ଡଷ୍ଟବିନ୍): ବାସ୍ତୁ ଶାସ୍ତ୍ର ଅନୁସାରେ ଘର ସାମ୍ନାରେ ଅଳିଆ ଦଗା ବା ଡଷ୍ଟବିନ୍ ରହିଲେ ଏହା ଘରେ ଆର୍ଥିକ ସମସ୍ୟା ସୃଷ୍ଟି କରେ । କାରଣ ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ଘର ଆଗ ଅପରିଷ୍କାର ରହିଲେ ମା ସେଠାକୁ ପ୍ରବେଶ କରନ୍ତି ନାହିଁ । ତେଣୁ ଘରେ ଅଶାନ୍ତି ସୃଷ୍ଟି ହେବା ସହ ଆର୍ଥିକ ସମସ୍ୟା ମଧ୍ୟ ଦେଖାଦେଇଥାଏ ।

ମଇଳା ପାଣି:ଯଦି ଘର ବାହାରେ ମଇଳା ପାଣି ଜମା ହୁଏ, ତେବେ ଏହା ଦାରିଦ୍ର୍ୟର କାରଣ ହୋଇପାରେ । ମୁଖ୍ୟ ଦ୍ୱାର ନିକଟରେ କୌଣସି ଗର୍ତ୍ତ କିମ୍ବା ଜଳ ରହିବା ପରି ସ୍ଥାନ ରହିବା ଉଚିତ୍ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏପରି ମଇଳା ସମସ୍ୟା ସୃଷ୍ଟି କରିଥାଏ ।

ପଥର ଇଟା: ଘର ବାହାରେ ଇଟା ଓ ପଥର ଭଳି ଜିନିଷ ରହିବା ଉଚିତ୍ ନୁହେଁ । ଘର ବାହାରେ ଇଟା ଓ ପଥର ଭଳି ଜିନିଷ ରଖିବା ଦ୍ୱାରା ସୁଖ ଏବଂ ସମୃଦ୍ଧିର ପଥରେ ବାଧା ସୃଷ୍ଟି ହୁଏ ।

ଇଲେକ୍ଟ୍ରି ପୋଲ:ଘର ସାମ୍ନାରେ ଏକ ଇଲେକ୍ଟ୍ରି ପୋଲର ଉପସ୍ଥିତି ଯୋଗୁଁ ଘରେ ଝଗଡା ଲାଗିଥାଏ । ସଦସ୍ୟମାନଙ୍କ ମଧ୍ୟରେ କୌଣସି ସମନ୍ୱୟ ରୁହେ ନାହିଁ ।

କଣ୍ଟା ଗଛ:ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘର ବାହାରେ କଣ୍ଟା ଗଛ ଏବଂ ଉଦ୍ଭିଦ ଲଗାଇବା ଶୁଭ ବୋଲି ବିବେଚନା କରାଯାଏ ନାହିଁ। କାରଣ କଣ୍ଟା ଜିନିଷ ଅସୁବିଧାର ସଙ୍କେତ ହୋଇଥାଏ । ଏପରି ଜିନିଷକୁ ଘର ବାହାରେ ଲଗାନ୍ତୁ ନାହିଁ ।

ଉଚ୍ଚ ରାସ୍ତା: ଯଦି ଘର ରାସ୍ତାଠାରୁ କମ୍, ତେବେ ବାସ୍ତୁ ଅନୁଯାୟୀ ଏହା ଠିକ୍ ନୁହେଁ । ରାସ୍ତା ତଳେ ଏକ ଘର ରହିବା ଦ୍ୱାରା ସେହି ଘରକୁ ନକାରାତ୍ମକ ଶକ୍ତି ଆସିଥାଏ । ଯାହାଫଳରେ ବିଭିନ୍ନ ସମସ୍ୟା ସୃଷ୍ଟି ହାଇଥାଏ । ତେଣୁ ରାସ୍ତାଠାରୁ ଅଧିକ ଉଚ୍ଚ ସ୍ଥାନରେ ଘର ନିର୍ମାଣ କରାଯିବା ଉଚିତ୍ ।

 

Get real time updates directly on you device, subscribe now.