fbpx

ବିରାଟ ଯଦି IPL ନିଲାମୀରେ ସାମିଲ ହୁଅନ୍ତି, ତେବେ ସେ କେତେ କୋଟିରେ ବିକ୍ରି ହେବେ? ଷ୍ଟାର୍କ ଓ କମିନ୍ସଙ୍କ ବିକ୍ରି ପରେ ଉଠିଲା ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୪ର ନିଲାମୀରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଛି । ଦୁଇ ପେସ ବୋଲର ପ୍ୟାଟ କମିନ୍ସଙ୍କୁ ୨୦.୫ କୋଟିରେ ଓ ମିଚେଲ ଷ୍ଟାର୍କ ୨୪.୭୫ କୋଟିରେ ଯଥାକ୍ରମେ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକତା ନାଇଟ୍ ରାଇଡର୍ସ କିଣିଛନ୍ତି । ଏହା ଫଳରେ ଷ୍ଟାର୍କ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି ।

ତେବେ ଷ୍ଟାର୍କ ଓ କମିନ୍ସଙ୍କୁ ଯଦି ଫ୍ରାଞ୍ଚାଇଜମାନେ କୋଟି କୋଟି ଦେଇ କିଣିପାରୁଛନ୍ତି ତେବେ ଏଭଳି ସ୍ଥିତିରେ ଯଦି ବିରାଟ କୋହଲି ନିଲାମୀକୁ ଆସନ୍ତି ତେବେ ତାଙ୍କର ମୂଲ୍ୟ କେତେ ରହିବ ଏନେଇ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସିଛି । ଦିନିକିଆ କ୍ରିକେଟରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କୁହାଯାଉଥିବା କିଙ୍ଗ କୋହଲିଙ୍କୁ ଆଇପିଏଲ ୨୦୨୪ ପାଇଁ ବାଙ୍ଗାଲୋର ୧୫ କୋଟିରେ ରିଟେନ କରିଛି । ବିରାଟ ୨୦୦୮ ମସିହାଠାରୁ ଆରସିବି ପାଇଁ ଖେଳିଆସୁଛନ୍ତି ।

ତେବେ ଏପରି ପ୍ରଶ୍ନର ଜବାବ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା । ସେ କହିଛନ୍ତି, ଯଦି ବିରାଟ ଆଇପିଏଲର ନିଲାମୀ ଟେବୁଲକୁ ଆସନ୍ତି ତେବେ ତାଙ୍କର ମୂଲ୍ୟ ଷ୍ଟାର୍କଙ୍କ ଠାରୁ ଦୁଇଗୁଣ ହୋଇଯିବ । ବର୍ତ୍ତମାନ ସମୟରେ ବିରାଟ ୪୨-୪୫ କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି । ସୂଚନାଯୋଗ୍ୟ ଯେ, ବିରାଟ ବର୍ତ୍ତମାନ ସୁଦ୍ଧା ଖେଳିଥିବା ୨୩୭ଟି ଆଇପିଏଲ କ୍ୟାରିୟରରେ ୨୨୯ଟି ଇନିଂସରେ ବ୍ୟାଟିଂ କରି ୩୭.୨୫ ହାରରେ, ୧୩୦.୦୨ ଷ୍ଟ୍ରାଇକ ରେଟରେ ୭୨୬୩ ରନ୍ ସଂଗ୍ରହ କରିଛନ୍ତି । ସେଥିରେ ୭ଟି ଶତକ ଓ ୫୦ଟି ଅର୍ଦ୍ଧଶତକ ସାମିଲ ରହିଛି । ସେ ଆଇପିଏଲ ଇତିହାସରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହୋଇଥିବା ବେଳେ ୬୬୧୭ ରନ୍ ସଂଗ୍ରହ କରି ଶିଖର ଧାବନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.