ଥଣ୍ଡା ପିଉଥିଲେ ହୋଇଯାଆନ୍ତୁ ସାବଧାନ, ବଜାରରେ ବିକ୍ରି ହେଉଛି ନକଲି କୋଲ୍ଡଡ୍ରିଙ୍କସ୍ !
ଥଣ୍ଡା ପିଉଥିଲେ ଏକ୍ସପାଏରୀ ଡେଟ୍ ଦେଖି ପିଅନ୍ତୁ। ନହେଲେ ନକଲି ଥଣ୍ଡା ଆପଣଙ୍କ ଶରୀରର ଅନେକ କ୍ଷତି କରିପାରେ। ବଡ଼ ବଡ଼ ବ୍ୟବସାୟୀ ଗରମକୁ ଦୃଷ୍ଟିରେ ରଖି ନକଲି ଥଣ୍ଡା ବଜାରରେ ବିକ୍ରି କରୁଥାଇପାରନ୍ତି!
ଉତ୍ତରପ୍ରଦେଶ: କୋଲ୍ଡଡ୍ରିଙ୍କସ ପିଉଥିଲେ ହୋଇଯାଆନ୍ତୁ ସାବଧାନ। ପିଇବା ପୂର୍ବରୁ ଅସଲି ନକଲି ଯାଞ୍ଚ କରନ୍ତୁ। କାରଣ ବଜାରରେ ବିକ୍ରି ହୋଉଥାଇପାରେ ଏକ୍ସପାଏରୀ କୋଲ୍ଡଡ୍ରିଙ୍କସ। କାରଣ କୋଲ୍ଡଡ୍ରିଙ୍କସର ଏକ୍ସପାଏରୀ ତାରିଖକୁ ବଢାଇ ମାର୍କେଟକୁ ନକଲି ଥଣ୍ଡା ବିକ୍ରି କରିବା ପାଇଁ ହୋଇଥିଲା ଯୋଜନା।
ଯାହାର ପର୍ଦ୍ଦାଫାସ କରିଛନ୍ତି ଖାଦ୍ୟ ସୁରକ୍ଷା ବିଭାଗ। ପ୍ରତି କୋଲ୍ଡଡ୍ରିଙ୍କସ୍ ୬ ମାସ ପରେ ବଜାରରେ ବିକ୍ରୟ ମନା କିମ୍ବା ଦୋକାନୀ ୬ ମାସ ପରେ ତାହା ବିକ୍ରି କରନ୍ତି ନାହିଁ। ହେଲେ ଏହି ନାମିଦାମୀ କମ୍ପାନୀ କୋଲ୍ଡଡ୍ରିଙ୍କସର ଏକ୍ସପାଏରୀ ତାରିଖ ୬ ମାସ ପରିବର୍ତ୍ତେ ବର୍ଷେ କରି ମାର୍କେଟରେ ବିକ୍ରି କରିବାକୁ ଯୋଜନା କରିଥିଲା।
ଖରାଦିନ: ଏବେ ଖରା ଯେଉଁଭଳି ହେଲାଣି ଘରୁ ଗୋଡ କାଢିବା ମାନେ କିଛି ଗୋଟେ ଥଣ୍ଡା ଜିନିଷ ଖାଇବାକୁ କିମ୍ୱା ପିଇବାକୁ ସମସ୍ତଙ୍କ ଇଚ୍ଛା ହୁଏ। ସେଥିପାଇଁ ବାଟ ବାଟରେ ଲସି ଦୋକାନର ପସରା ମେଲିଲାଣି। ଦୋକାନରେ ଥଣ୍ଡାର ଟ୍ରେ ଗଦା ହେଲାଣି।
ଗରମ ଦିନ ପାଇଁ ସବୁଠି ବିକ୍ରି ହେଲାଣି ଭିନ୍ନଭିନ୍ନ ପ୍ରକାରର କୋଲ୍ଡଡ୍ରିଙ୍କସ୍ଲୋ। ଲୋକବି ଗରମରୁ ଟିକେ ଉପଶମ ପାଇବା ପାଇଁ ଥଣ୍ଡା ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି। ହେଲେ ଦୋକାନରୁ ଥଣ୍ଡା କିଣି ପିଉଥିଲେ ସାବଧାନ ହୋଇଯାଆନ୍ତୁ ପଡିପାରନ୍ତି ବଡ଼ ବିପଦରେ।
ନକଲି ଥଣ୍ଡା: କାରଣ ଖରାକୁ ନଜରରେ ରଖି ବ୍ୟବସାୟୀମାନେ ନକଲି ଥଣ୍ଡା ବଜାରରେ ବିକ୍ରି କରୁଥାଇପାରନ୍ତି। କାରଣ ଏପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରୁ ନକଲି କୋଲ୍ଡଡ୍ରିଙ୍କସ ବ୍ୟବସାୟୀଙ୍କୁ ଠାବ କରି ଚଢାଇ କରିଛି ଖାଦ୍ୟ ସୁରକ୍ଷା ବିଭାଗ।
ସାଧାରଣତଃ ପ୍ରତି କୋଲ୍ଡଡ୍ରିଙ୍କସ୍ ୬ ମାସ ପରେ ବଜାରରେ ବିକ୍ରୟ ମନା କିମ୍ବା ଦୋକାନୀ ୬ ମାସ ପରେ ତାହା ବିକ୍ରି କରନ୍ତି ନାହିଁ । ମାତ୍ର ଉତ୍ତରପ୍ରଦେଶ ଗୋରଖପୁରର ଜଣେ ବଡ ଡିଷ୍ଟ୍ରିବୁଟର ନାମୀଦାମୀ କମ୍ପାନୀର କୋଲ୍ଡଡ୍ରିଙ୍କସକୁ ଏକ୍ଲପାଏରୀ ପରେ ବି ବଜାରକୁ ଛାଡିବାକୁ ଯୋଜନା କରିଥିଲା।
ନକଲି ଅସଲି ଯାଞ୍ଚ କରନ୍ତୁ: କୋଲ୍ଡଡ୍ରିଙ୍କସର ଏକ୍ସପାଏରୀ ତାରିଖକୁ ଆଉ ୬ ମାସ ଅଧିକ ବଢାଇ ଦେଇଥିଲା । ଅର୍ଥାତ କୋଲ୍ଡଡ୍ରିଙ୍କସର ଏକ୍ସପାଏରୀ ତାରିଖ ୬ ମାସ ପରିବର୍ତ୍ତେ ବର୍ଷେ ହୋଇଥିଲା। ଯାହାର ଖବର ଖାଦ୍ୟ ସୁରକ୍ଷା ବିଭାଗ ପାଖରେ ପହଞ୍ଚିବା ପରେ ଗୋଦାମରେ ଚଢାଉ କରି ପାଖାପାଖି ୧୦୦୦ ପେଟି ଏକ୍ସପାଏରୀ କୋଲ୍ଡଡ୍ରିଙ୍କସକୁ ଜବତ କରିଥିଲା।