fbpx

ରାସନ ସାମଗ୍ରୀ କମ ଦେଉଛି କି ଆପଣଙ୍କ ଡିଲର: ଏହି ଟୋଲ ଫ୍ରି ନମ୍ବରରେ କରନ୍ତୁ ଅଭିଯୋଗ

ଭୁବନେଶ୍ୱର/ ନୂଆଦିଲ୍ଳୀ: ରାସନ କାର୍ଡ ଏମିତ ଏକ ଡକ୍ୟୁମେଣ୍ଟ ଯାହାଦ୍ୱାରା ଗରିବ ଲୋକଙ୍କୁ ଶସ୍ତାରେ ରାସନ ସାମଗ୍ରୀ ମିଳିଥାଏ । ତେବେ ଅନେକ ଥର ରାସନ ବଣ୍ଟନ ଦାୟିତ୍ୱରେ ରହିଥିବା ଡିଲର ନିଜ ଦାୟିତ୍ୱ ଖିଲାପ କରିଥାଏ । ଏପରି କରିବା ଦ୍ୱାରା ସାଧାରଣ ଲୋକ କ୍ଷତିର ସମ୍ମୁଖୀନ ହୋଇଥାନ୍ତି । ଏପରି ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ନିଗମ (ଏଫସିଆଇ) ପକ୍ଷରୁ ଏ ନେଇ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।

ଏଫସିଆଇ ପକ୍ଷରୁ ପ୍ରଦତ୍ତ ଟୋଲ ଫ୍ରି ନମ୍ବରରେ ଆପଣ ଡିଲର ନାମରେ ଅଭିଯୋଗ ଦାଖଲ କରିପାରିବେ । ଏହା ସହିତ ଏଫସିଆଇର ୱେବ ସାଇଟରେ ଯାଇ ଆପଣ ଏହି ନମ୍ବରରେ କଲ୍ କରିପାରିବେ । ଏହା ସହିତ ରାସନ କାର୍ଡ ପାଇଁ ଆବେଦନ ପରେ ମଧ୍ୟ ଯଦି କାର୍ଡ ନମିଳୁଥାଏ ବା କାର୍ଡ ମିଳିବାରେ ବିଳମ୍ବ ହୋଇଥାଏ ତେବେ ମଧ୍ୟ ଏହି ନମ୍ବରରେ ଅଭିଯୋଗ କରିବା ପାଇଁ କୁହାଯାଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ନାମ ଏହି ତାଲିକାରେ ରହିଥିବା ବେଳେ ରାଜ୍ୟର ନାମ ଉପରେ କ୍ଲିକ୍ କଲେ ହେଲ୍ପଲାଇନ ନମ୍ବର ମିଳିଯିବ । ଏହି ଲିଙ୍କ https://nfsa.gov.in/portal/State_UT_Toll_Free_AAରେ କ୍ଲିକ୍ କରି ଆପଣ ସମସ୍ତ ରାଜ୍ୟ ର ଟୋଲ ଫ୍ରି ନମ୍ବର ତାଲିକା ହାସଲ କରି ପାରିବେ । ଓଡ଼ିଶା ପାଇଁ ମଧ୍ୟ ଦୁଇଟି ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ଓଡ଼ିଶାର ଜନ ସାଧାରଣ ୧୮୦୦୩୪୫୬୨୭୪/୬୭୬୦ ନମ୍ବରରେ କଲ କରି ରାସନ କାର୍ଡ ସମ୍ପର୍କିତ ଅଭିଯୋଗ ଦାଖଲ କରି ପାରିବେ ।

Get real time updates directly on you device, subscribe now.