fbpx

ଗୁଗୁଲ ମ୍ୟାପ୍ ବ୍ୟବହାର କରୁଥିଲେ ମିଳିବ ଏହି ସବୁ ସୁବିଧା: ଆଜି ହିଁ ଜାଣି ହୁଅନ୍ତୁ ମାଲେମାଲ

ନୂଆଦିଲ୍ଳୀ: ଚାଲିଛି ଡିଜିଟାଲ ଯୁଗ .. ଏବେ ଟଙ୍କା ରୋଜଗାର କରିବା ପାଇଁ ସହାୟକ ହେଉଛି ଡିଜିଟାଲ ପ୍ଲାଟଫର୍ମ । ଯେମିତି ୟୁଟ୍ୟୁବ,ଫେସବୁକ.ଇନଷ୍ଟାଗ୍ରାମରୁ ଟଙ୍କା ରୋଜଗାର କରିହୁଏ ସେହିପରି ଗୁଗୁଲ ମ୍ୟାପରୁ ମଧ୍ୟ ଆପଣ ଇନକମ କରିପାରିବେ ।କିପରି କରିବେ ଏହି ଆପରୁ ଇନକମ୍ ..ଆସନ୍ତୁ ଜାଣିବା । ଗୁଗୁଲ ମ୍ୟାପ ହେଉଛି ଏକ ଲୋକପ୍ରିୟ ନେଭିଗେସନ ଆପ । ଯାହା ମାଧ୍ୟମରେ ଆପଣ ସଠିକ ଠିକଣାରେ ପହଞ୍ଚି ପାରିବେ । ଏଥିପାଇଁ ପ୍ରାୟ ସବୁ ଆଣ୍ଡରୋଏଡ ଫୋନରେ ଏହି ସୁବିଧା ଉପଲବ୍ଧ ହୋଇଥାଏ । ତେବେ ଗୁଗୁଲ ମ୍ୟାପ ଇୟୁଜସ ନେଭିଗେସନ ପ୍ଲାଟର୍ଫମରେ କଣ୍ଟ୍ରିବ୍ୟୁଟ କରିବା ଦ୍ୱାରା ତାଙ୍କୁ ପଏଣ୍ଟ ମିଲିଥାଏ । ଗୁଗଲ ମ୍ୟାପ୍ସ ୟୁଜର୍ସଙ୍କୁ ଏକ୍ସପେରିୟନ୍ସ ଏବଂ ରିଭ୍ୟୁ ସେୟାର କରିବା ଦ୍ୱାରା ପଏଣ୍ଟସ ଦେଇଥାଏ।

ୟୁଜର୍ସ ରିଭ୍ୟୁ, ଫଟୋଗ୍ରାଫ୍ସ ଏବଂ ଭିଡିଓ, ଇନସାଇଟ ଆନ୍ସର, କୌଣସି ଜାଗାର ଉତ୍ତର, ପ୍ଲେସ ଏଡିଟ, ମିସିଙ୍ଗ ପ୍ଲେସ ଆଡ ଏବଂ ଫ୍ୟାକ୍ଟ ଚେକ କରିବା ଦ୍ୱାରା ପଏଣ୍ଟସ ଦିଆଯାଉଛି। ଏହି ପଏଣ୍ଟସ କଣ୍ଟ୍ରିବ୍ୟୁସନରେ ଡିପେଣ୍ଡ କରିଥାଏ। ଯେମିତିକି ଯଦି ଆପଣ କୌଣସି ରିଭ୍ୟୁ ଲେଖନ୍ତି ତାହେଲେ ଆପଣଙ୍କୁ ୧୦ ପଏଣ୍ଟସ ଦିଆଯାଇଥାଏ।ଯଦି ଆପଣ କୌଣସି ଜାଗାକୁ ଏଡିଟ କରିଥାଏ ତାହେଲେ ଆପଣଙ୍କୁ ୫ ପଏଣ୍ଟସ ଦିଆଯାଇଥାଏ। ୨୦୦ ରୁ ଅଧିକ କ୍ୟାରେକ୍ଟରର ରିଭ୍ୟୁରେ ୧୦ ବୋନସ ପଏଣ୍ଟସ ଦିଆଯାଇଥାଏ। ଏହିଭଳି ଭାବେ ୧୫୦୦ ପଏଣ୍ଟସ, ୫୦୦୦ ପଏଣ୍ଟସ, ୧୫୦୦୦ ପଏଣ୍ଟସ ଏବଂ ଅନ୍ୟ ଲ୍ୟାଣ୍ଡମାର୍କ ପହଁଚିବା ଦ୍ୱାରା ଲେବଲ ବଢ଼ିଯାଇଥାଏ। ଆପଣ ଏହି ପଏଣ୍ଟସକୁ ଗୁଗଲ ପ୍ଲେ ଷ୍ଟୋରରେ ରିଡିମ୍ କରିପାରିବେ। ଅର୍ଥାତ୍ ଗୁଗଲ ମ୍ୟାପ୍ସରେ ସିଧାସଳଖ ଟଙ୍କା ରୋଜଗାର କରାଯାଇହେବନାହିଁ। ଏହାର ୟୁଜ କରି ଆପଣ ଏହି ଆପକୁ କିଣିପାରିବେ। କିନ୍ତୁ ଆପଣ କ୍ୟାସ ବି କମାଇପାରିବେ।

Get real time updates directly on you device, subscribe now.