fbpx

ଡାଇବେଟିସ ହୋଇଥିଲେ ଖାଆନ୍ତୁ ଏହିସବୁ ଜିନିଷ, ମିଳିବ ଫାଇଦା

ସାରା ବିଶ୍ୱରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରୋଗୀକୁ ଅନେକ କିଛି କରିବାକୁ ପଡ଼ିଥାଏ। କେତେବେଳେ ଖାଦ୍ୟପେୟରେ କଟକଣା ତ କେତେବେଳେ ଇନ୍‌ସୁଲିନ୍‌ ନେବାକୁ ପଡ଼ିଥାଏ। ତେବେ ଏପରି କିଛି ଜିନିଷ ଅଛି ଯାହାକୁ ମଧୁମେହ ରୋଗୀ ଖାଇବା ଜରୁରୀ। ଅନ୍ୟପକ୍ଷେ ଏହି ଜିନିଷ ମଧୁମେହକୁ ନିୟନ୍ତ୍ରଣ କରିଥାଏ। ତେବେ ଜାଣନ୍ତୁ ସେ ସବୁ ବିଷୟରେ…

ଗାଜର: ଗାଜର ଜୁସ୍‌ ଓ ଗାଜରରେ ପ୍ରସ୍ତୁତ ହାଲ୍‌ଓ୍ବା(ବିନା ଚିନି) ମଧୁମେହ ରୋଗୀ ଖାଇବା ଫଳରେ ଏହା ରକ୍ତରେ ସୁଗାର ମାତ୍ରା କମ୍‌ କରାଇଥାଏ।

ଡାଳଚିନି: ଏହା ପାଚନତନ୍ତ୍ରକୁ ଶକ୍ତ କରିବା ସହ ରକ୍ତରେ ଶର୍କରା ମାତ୍ରାକୁ ମଧ୍ୟ କମାଇଥାଏ।

ପିଜୁଳି: ପିଜୁଳି ମଧୁମେହ ନିୟନ୍ତ୍ରଣ କରିଥାଏ।

କମଳା: ଆମେରିକା ଡାଇବେଟିଜ୍‌ ଆସେସ୍‌ମେଣ୍ଟ ଅନୁଯାୟୀ ଲେମ୍ବୁ, କମଳା ଆଦି ଫଳ ଖାଇଲେ ରକ୍ତରେ ଶର୍କରା ପରିମାଣ କମ୍‌ ହୋଇଥାଏ। ଫଳରେ ମଧୁମେହ ନିୟନ୍ତ୍ରିତ ହୋଇଥାଏ।

Get real time updates directly on you device, subscribe now.