fbpx

ବ୍ୟାଙ୍କରେ ଯଦି କିଛି ଗୁରୁତ୍ୱପୂର୍ଣ୍ଣ କାମ ରହିଛି ତାହେଲେ ଶୀଘ୍ର ସାରି ଦିଅନ୍ତୁ…

ଓଡିଶା ଭାସ୍କର; ବ୍ୟାଙ୍କରେ ଯଦି କିଛି ଗୁରୁତ୍ୱପୂର୍ଣ୍ଣ କାମ ରହିଛି ତାହେଲେ ଶୀଘ୍ର ସାରି ଦିଅନ୍ତୁ । ଆରବିଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ, ସମସ୍ତ ସରକାରୀ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ବିଦେଶୀ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କ ଜାତୀୟ ଛୁଟିଦିନ ଏବଂ ଆଞ୍ଚଳିକ ଛୁଟିଦିନରେ ବନ୍ଦ ରହିବ । ଆଞ୍ଚଳିକ ପର୍ବ ଅନୁଯାୟୀ ଉକ୍ତ ସ୍ଥାନରେ ଏହି ସମସ୍ତ ବ୍ୟାଙ୍କଗୁଡିକ ବନ୍ଦ ରହିବ । ସଂପୃକ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ଏହି ଆଞ୍ଚଳିକ ଛୁଟିଗୁଡିକ ସ୍ଥିର କରାଯାଏ ।

ସେପ୍ଟେମ୍ବର ୬ ଏବଂ ୭ ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସେପ୍ଟେମ୍ବର ୧୯ରେ ଗଣେଶ ପୂଜା ଓ ସେପ୍ଟେମ୍ବର ୨୮ ରେ ଇଦ୍-ଇ-ମିଲାଦ ଭଳି ପର୍ବରେ ବ୍ୟାଙ୍କଗୁଡିକ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରକାଶିତ ବ୍ୟାଙ୍କ ଛୁଟି ତାଲିକା ଅନୁଯାୟୀ ଦେଶର ବିଭିନ୍ନ ରାଜ୍ୟରେ ଥିବା ବ୍ୟାଙ୍କ ଗୁଡିକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାର ସମେତ ୧୬ ଦିନ ପାଇଁ ବନ୍ଦ ରହିବ । ତେବେ ସେପ୍ଟେମ୍ବର ମାସର ଏହି ଛୁଟିଦିନ ଗୁଡିକ ଜାଣି ରଖନ୍ତୁ।

୩ ସେପ୍ଟେମ୍ବର ୨୦୨୩- ରବିବାର ହେତୁ ଦେଶରେ ସମଗ୍ର ବ୍ୟାଙ୍କଗୁଡିକ ବନ୍ଦ ରହିବ ।

୬ ସେପ୍ଟେମ୍ବର ୨୦୨୩- ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ କାରଣରୁ ଭୁବନେଶ୍ୱର, ଚେନ୍ନାଇ, ହାଇଦ୍ରାବାଦ, ପାଟନାରେ ବ୍ୟାଙ୍କ ବନ୍ଦ ରହିବ।

ସେପ୍ଟେମ୍ବର ୭, ୨୦୨୩- ଶ୍ରୀକୃଷ୍ଣଙ୍କ ଜନମାଷ୍ଟମୀ ହେତୁ ଅହମ୍ମଦାବାଦ, ଚଣ୍ଡିଗଡ଼, ଡେରାଡୁନ୍, ଗ୍ୟାଙ୍ଗଟକ, ତେଲେଙ୍ଗାନା, ଜୟପୁର, ଜାମ୍ମୁ, କାନପୁର, ଲକ୍ଷ୍ନୌ, ରାୟପୁର, ରାଞ୍ଚି, ଶିଲୋଙ୍ଗ, ଶିମଲା ଏବଂ ଶ୍ରୀନଗରରେ ବ୍ୟାଙ୍କ ଛୁଟି ରହିବ ।

ସେପ୍ଟେମ୍ବର ୯, ୨୦୨୩- ଦ୍ୱିତୀୟ ଶନିବାର ହେତୁ ବ୍ୟାଙ୍କଗୁଡିକ ସମଗ୍ର ଦେଶରେ ବନ୍ଦ ରହିବ ।

ସେପ୍ଟେମ୍ବର ୧୦, ୨୦୨୩- ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକରେ ଛୁଟିଦିନ ହେବ ।

ସେପ୍ଟେମ୍ବର ୧୭, ୨୦୨୩- ରବିବାର ହେତୁ ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ସେପ୍ଟେମ୍ବର ୧୮, ୨୦୨୩- ବିନାୟକ ଚତୁର୍ଥୀ ପାଇଁ ବାଙ୍ଗାଲୋର, ତେଲେଙ୍ଗାନାରେ ବ୍ୟାଙ୍କ ବନ୍ଦ ରହିବ ।

ସେପ୍ଟେମ୍ବର ୧୯, ୨୦୨୩- ଗଣେଷ ଚତୁର୍ଥୀ କାରଣରୁ ଅହମ୍ମଦାବାଦ, ବେଲାପୁର, ଭୁବନେଶ୍ୱର, ମୁମ୍ବାଇ, ନାଗପୁର, ପାନଜୀରେ ବ୍ୟାଙ୍କ ବନ୍ଦ ରହିବ ।

ସେପ୍ଟେମ୍ବର ୨୦, ୨୦୨୩- ଗଣେଷ ଚତୁର୍ଥୀ ଏବଂ ନୁଆଖାଇ କାରଣରୁ କୋଚି ଏବଂ ଭୁବନେଶ୍ୱରରେ ବ୍ୟାଙ୍କ ବନ୍ଦ ରହିବ ।

ସେପ୍ଟେମ୍ବର ୨୨, ୨୦୨୩- ଶ୍ରୀ ନାରାୟଣ ଗୁରୁ ସମାଦୀ ଦିବସ ଅବସରରେ କୋଚି, ପାନଜୀ ଏବଂ ତ୍ରିଭାନ୍ଦ୍ରମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ସେପ୍ଟେମ୍ବର ୨୩, ୨୦୨୩- ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ସମଗ୍ର ଦେଶରେ ବନ୍ଦ ରହିବ ।

ସେପ୍ଟେମ୍ବର ୨୪, ୨୦୨୩- ରବିବାର ହେତୁ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ସେପ୍ଟେମ୍ବର ୨୫, ୨୦୨୩- ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମ ବାର୍ଷିକୀ ହେତୁ ଗୌହାଟୀରେ ବ୍ୟାଙ୍କଗୁଡିକରେ ଛୁଟିଦିନ ହେବ ।

ସେପ୍ଟେମ୍ବର ୨୭, ୨୦୨୩- ମିଲାଦ-ଇ-ସରିଫ କାରଣରୁ ଜାମ୍ମୁ, କୋଚି, ଶ୍ରୀନଗର ଏବଂ ତ୍ରିଭାଣ୍ଡ୍ରମରେ ବ୍ୟାଙ୍କ ବନ୍ଦ ରହିବ।

ସେପ୍ଟେମ୍ବର ୨୮, ୨୦୨୩- ଇଦ୍-ଇ-ମିଲାଦ୍ କାରଣରୁ ଅହମ୍ମଦାବାଦ, ଆଇଜାୱଲ୍, ବେଲାପୁର, ବେଙ୍ଗାଲୁରୁ, ଭୋପାଳ, ଚେନ୍ନାଇ, ଡେରାଡୁନ୍, ତେଲେଙ୍ଗାନା, ଇମ୍ଫାଲ, କାନପୁର, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚିରେ ବ୍ୟାଙ୍କ ବନ୍ଦ ରହିବ। ।

ସେପ୍ଟେମ୍ବର ୨୯, ୨୦୨୩- ଇଦ୍-ଇ-ମିଲାଦ-ଉନ-ନବି କାରଣରୁ ବ୍ୟାଙ୍କ ଗ୍ୟାଙ୍ଗଟୋକ, ଜାମ୍ମୁ ଏବଂ ଶ୍ରୀନଗରରେ ବନ୍ଦ ରହିବ।

ସୂଚନା ଥାଉକି, ସବୁ ଛୁଟିକୁ ହିସାବ କଲେ ସେପ୍ଟେମ୍ବର ମାସରେ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଣୁ କୌଣସି ଶେଷ ମୁହୂର୍ତ୍ତର ଅସୁବିଧାକୁ ଏଡାଇବା ଲାଗି ଗ୍ରାହକଙ୍କୁ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି । ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଏବଂ ଏଟିଏମ୍ ସମଗ୍ର ଦେଶରେ କାର୍ଯ୍ୟକ୍ଷମ ରହିବ ।

Get real time updates directly on you device, subscribe now.