fbpx

ରେଳଯାତ୍ରା ସମୟରେ କରନ୍ତୁ ନାହିଁ ଏହି ଭୁଲ୍, ନହେଲେ ଭୋଗିବେ ୩ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ଟ୍ରେନରେ ନିଆଁ ଲାଗିବା ଘଟଣା ତ ଆଜିକାଲି ଅନେକଥର ଶୁଣିବାକୁ ମିଳୁଛି । ନିକଟରେ ଦିଲ୍ଲୀ-ଡେରାଡୁନ୍ ଶତାବ୍ଦୀ ଏକ୍ସପ୍ରେସର ଏକ କୋଚରେ ନିଆଁ ଲାଗିଥିଲା । ଏଭଳି ଘଟଣାକୁ ଦୃଷ୍ଟିରେ ରଖି ରେଲୱେ ପକ୍ଷରୁ ଯାତ୍ରୀଙ୍କ ପାଇଁ ଅଫିସିଆଲ ନୋଟିଫିକେସନ ଜାରି କରାଯାଇଛି ।

ରେଳବାଇ ପକ୍ଷରୁ ଟ୍ୱିଟରେ କୁହାଯାଇଛି ଯେ, ଟ୍ରେନରେ ଯାଉଥିବା ବେଳେ ଯାତ୍ରୀମାନେ କିଛି ଜ୍ୱଳନ୍ତ ସାମଗ୍ରୀ ନେବା ଅଥବା ଅନ୍ୟ କାହାକୁ ନେବାକୁ କହିବା ଏକ ଦଣ୍ଡନୀୟ ଅପରାଧ । ଏପରି କରିବା ଦ୍ୱାରା ଆଇନଗତ କାର୍ଯ୍ୟାନୁଷ୍ଠାନ ସହିତ ଜେଲଦଣ୍ଡ ହୋଇପାରେ । ପଶ୍ଚିମ ମଧ୍ୟ ରେଳବାଇ ଅନୁସାରେ, ଟ୍ରେନରେ ନିଆଁ ଲଗାଇବା ଜିନିଷ ବା ଜ୍ୱଳନ୍ତ ବସ୍ତୁ ନେବା ରେଳ ଅଧିନିୟମ, ୧୯୮୯ର ଧାରା ୧୬୪ ଅନ୍ତର୍ଗତ ଦଣ୍ଡନୀୟ ଅପରାଧ । ଧରାପଡିଲେ ବ୍ୟକ୍ତିଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ନଚେତ୍ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମ।।ନା ହୋଇପାରେ ।

ରେଳୱେର ଟ୍ୱିଟ୍ ଅନୁଯାୟୀ, ଟ୍ରେନର ଡବାରେ କିରୋସିନି, ଶୁଖିଲା ଘାସ, ଷ୍ଟୋଭ୍, ପେଟ୍ରୋଲ, ଗ୍ୟାସ୍ ସିଲିଣ୍ଡର, ଦିଆସିଲି, ବାଣ ବା ନିଆଁ ବ୍ୟାପୁଥିବା ଅନ୍ୟ କୌଣସି ସାମଗ୍ରୀକୁ ସାଙ୍ଗରେ ନେଇ ଯାଉଥିବା ଯାତ୍ରୀଙ୍କୁ ସଚେତନ କରାଯାଇଛି । ଟ୍ରେନରେ ଯାତ୍ରୀମାନଙ୍କ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ରେଳବାଇ ଏହି ନିୟମ କରିଛି, ଫଳରେ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ଯାତ୍ରା କରିବେ ।

Get real time updates directly on you device, subscribe now.